www.samajalive.in
Thursday, December 11, 2025
23.1 C
Bhubaneswar

ସନ୍ନି ହିନ୍ଦୁସ୍ତାନୀ ଇଣ୍ଡିଆନ ଆଇଡଲ-୧୧ର ବିଜେତା

ମୁମ୍ବଇ : ସନ୍ନି ହିନ୍ଦୁସ୍ତାନୀ ଇଣ୍ଡିଆନ ଆଇଡଲ-୧୧ର ବିଜେତା ହୋଇଛନ୍ତି। ସୋନି ଟିଭିରେ ପ୍ରସାରିତ ଏହି ରିୟଲିଟି ଶୋ’ର ଗ୍ରାଣ୍ଡ ଫାଇନାଲରେ ରବିବାର ସନ୍ଧ୍ୟାରେ ହୋଇଥିଲା। ଫାଇନାଲରେ ସନ୍ନି ଅନ୍ୟ ୪ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ପୁରସ୍କାର ବାବଦଙ୍କୁ ତାଙ୍କୁ ୨୫ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। ଏହା ସହିତ ଟାଟା ଅଲଟ୍ରୋଜ କାର ଓ ହିମେଶ ରେସମିୟାଙ୍କ ପରବର୍ତ୍ତୀ ଫିଲ୍ମ ଓ ଟି-ସିରିଜରେ ଗୀତ ଗାଇବାର ସୁଯୋଗ ଦିଆଯାଇଛି। ମହାରାଷ୍ଟ୍ର ଲାଟୁରର ରୋହିତ ରାଉତ ପ୍ରଥମ ଓ ପଶ୍ଚିମବଙ୍ଗର ଅଙ୍କୋନା ମୁଖାର୍ଜୀ ଦ୍ବିତୀୟ ରନର୍ସଅପ୍‌ ହୋଇଛନ୍ତି। ଉଭୟଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ୩ୟ ଓ ୪ର୍ଥ ସ୍ଥାନରେ ରହିଥିଲେ ପଶ୍ଚିମବଙ୍ଗର ଆଦ୍ରିଜ ଘୋଷ ଓ ପଞ୍ଜାବର ରିଦ୍ଧମ କଲ୍ୟାଣ। ଏହି ଦୁଇଜଣଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଫାଇନାଲ​‌ରେ ମୋଟ ୫ଦର୍ଶକ ଭୋଟ ଦେଇଥିବାବେଳେ ସନି ସର୍ବାଧିକ ଭୋଟ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ହିମେସ ରେସିମିୟା, ନେହା କକଡ, ବିଶାଲ ଦଦଲାନି ବିଚାରକ ଭାବେ ଯୋଗ ଦେଇଥିଲେ। ଆଦିତ୍ୟ ନାରାୟଣ ଆଙ୍କରିଙ୍ଗ କରିଥିଲେ। ଫାଇନାଲରେ ବଲିଉଡ ଅଭିନେତ୍ରୀ ଦୀପିକା ପଦୁକୋନ ସ୍ବତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ସନ୍ନି ଦିନେ ପରିସ୍ଥିତିର ଚାପରେ ପଡି ରାସ୍ତା କଡରେ ଜୋତା ପଲିସ କରୁଥିଲେ। ସେହିପରି ତାଙ୍କ ମା’ ବେଲୁନ ବିକ୍ରି କରୁଥିଲେ। ସେ କୌଣସି ଅନୁଷ୍ଠାନରୁ ସଙ୍ଗୀତ ଶିକ୍ଷା କରିନାହାନ୍ତି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories