ଇସ୍ତାନବୁଲ : ତୁର୍କୀର ସୀମାନ୍ତ ଇରାନର ଉତ୍ତର-ପଶ୍ଚିମାଞ୍ଚଳରେ ରବିବାର ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି।
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିଲା। ଏହି ଭୂମିକମ୍ପ ପ୍ରଭାବରେ ତୁର୍କୀରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ରବିବାର ରାତି ୯ଟା ୩୦ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଇରାନର ହବାସ-ଇ-ଓଲ୍ୟାକୁ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭାବେ ଚିହ୍ନଟ କରାଯାଇଛି। ଏହା ତୁର୍କୀ ସୀମାଠାରୁ ମାତ୍ର ୧୦କିମି ଦୂର।
ତୁର୍କୀ-ଇରାନ ସୀମାରେ ଭୂମିକମ୍ପ ; ୯ ମୃତ
Popular Categories



