ନାମାଙ୍କନ ପତ୍ର ଦାଖଲ କଲେ ଅଭିନେତା ସନି ଦେଓଲ

ଅମୃତସର : ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବଲିଉଡ ଅଭିନେତା ସନି ଦେଓଲ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ଅଭିନତା ସନି ଦେଓଲ ନୀଳ ରଙ୍ଗର ଟି-ସର୍ଟ ଏବଂ ହଳଦିଆ ରଙ୍ଗର ପଗଡି ପନ୍ଧିଥିବା ନଜର ଆସିଛନ୍ତି । ତାଙ୍କ ସହ ସାନ ଭାଇ ତଥା ବଲିଉଡ୍ ନେତା ବବି ଦେଓଲ ଏବଂ ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ ଶ୍ବେତ ମଲିକଙ୍କ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ସନି ଦେଓଲ ବିଜେପିରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସନି ଦେଓଲ ଅମୃତସରର ଶ୍ରୀ ହରମନ୍ଦିର ସାହିବରେ ପହଞ୍ଚି ଆର୍ଶୀବାଦ ଭିକ୍ଷା କରିଥିଲେ । ଏହା ପରେ ସେ ଅମୃତସର ସ୍ଥିତ ଶ୍ରୀ ଦୁର୍ଗ୍ୟଣା ତୀର୍ଥର ଦର୍ଶନ କରି ରୋଡ ସୋରେ ବାହାରିଥିଲେ । ଏହା ପୂର୍ବରୁ ରବିବାର ସନି ଦେଓଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ । ଅଭିନେତା ବିନୋଦ ଖାନ୍ନାଙ୍କ ଗଡ କୁହାଯାଉଥିବା ଏହି ଆସନରେ ବିଜେପି ପୁଣି ଥରେ ଜଣେ ଅଭିନେତାଙ୍କୁ ମଇଦାନକୁ ଓହ୍ଲାଇଛି । ଏହି ଆସନରେ ପଞ୍ଜାବ କଂଗ୍ରେସର ସଭାପତି ତଥା ଗୁରଦାସପୁରର ସାଂସଦ ସୁନୀଲ ଜାଖଡଙ୍କ ସହ ସନି ଦେଓଲଙ୍କ ଟକ୍କର ହେବ । ସୁନୀଲ ଜଖାଣ୍ଡ ଉପନିର୍ବାଚନରେ ଏହି ଆସନରୁ ଜିତି ସାଂସଦ ହୋଇଥିଲେ ।

Comments are closed.