www.samajalive.in
Tuesday, December 9, 2025
16.1 C
Bhubaneswar

ସୁନ୍ଦରଗଡ଼ ମୁଖ୍ୟ ଡାକ ଘରେ ସିବିଆଇ ଚଢ଼ଉ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ମୁଖ୍ୟ ଡାକଘର କାର୍ଯ୍ୟାଳୟରେ ଆଜି ସିବିଆଇର ଏକ ଦଳ ଅଚାନକ ଚଢ଼ଉ କରି ୫ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାପିତ ଡାକ ନୀରିକ୍ଷକ(ପୋଷ୍ଟାଲ ଇନ୍‌ସପେକ୍ଟର)ଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟ ଓ ଭଡ଼ାଘରେ ତଲାସି କରିଥିବାର ଜଣାପଡ଼ିଛି । ମିଳିଥିବା ସୂତ୍ରରୁ ପ୍ରକାଶ ସୁନ୍ଦରଗଡ଼ ବରିଷ୍ଠ ଡାକ ଅଧୀକ୍ଷକ(ମୁଖ୍ୟ ଡାକଘର)କାର୍ଯ୍ୟାଳୟରେ ସୁନ୍ଦରଗଡ଼ ଉତ୍ତର ସବଡିଭିଜନ ପାଇଁ ଅବସ୍ଥାପିତ ଡାକ ନୀରିକ୍ଷକ ଉଜ୍ବଲ କୁମାର ଆଜି ଜଣେ କର୍ମଚାରୀଙ୍କ ୬ମାସର ବକେୟା ଦରମା ବିଲ ମଞ୍ଜୁର କରିବା ପାଇଁ ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କାର୍ଯ୍ୟାଳୟ ପରିସରରେ ଛକି ରହିଥିବା ସିବିଆଇ ଦଳ ତାଙ୍କୁ ମାଡ଼ିବସି ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ଅଫିସ କମ୍ପ୍ୟୁଟର ଓ ଆଲମିରା ସମେତ ସେ ରହୁଥିବା ଭଡ଼ାଘରେ ମଧ୍ୟ ଚଢ଼ଉ କରି ତଲାସି କରିଥିଲେ। ଚଢ଼ଉ ଦଳ ଅଭିଯୋଗକାରୀଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନଥିବାବେଳେ ଏହି ଚଢ଼ଉ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦେଇନାହାନ୍ତି । ସୂଚନାଯୋଗ୍ୟ ଡାକ ବିଭାଗର ଅଧୀନସ୍ଥ କର୍ମଚାରୀ ଜଣଙ୍କ ୬ମାସର ବକେୟା ଦରମା ମଞ୍ଜୁର କରାଇବା ପାଇଁ ନୀରିକ୍ଷକ ଉଜ୍ବଲ କୁମାରଙ୍କୁ ବହୁଥର ଅନୁରୋଧ କରିଥିଲେ ମଧ୍ୟ ସେ ନଶୁଣି ବହୁ ସମୟରେ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇ ଲାଞ୍ଚ ନଦେଲେ କିଛି କରିହେବନାହିଁ ବୋଲି କହିବାରୁ ୫ହଜାର ଟଙ୍କା ଲାଞ୍ଚ ଦେବାକୁ ଅଧୀନସ୍ଥ କର୍ମଚାରୀଙ୍କୁ କହିଥିଲେ । କର୍ମଚାରୀ ଜଣକ ଏ ସମ୍ପର୍କରେ ସିବିଆଇ କାର୍ଯ୍ୟାଳୟ ସହ ଯୋଗଯୋଗ କରି ନିଜ ଅଭିଯୋଗ ଜଣାଇଥିଲେ। ଆଜି ସିବିଆଇର ଏକ ୮ଜଣିଆ ଟିମ ୨ଟି ଗାଡ଼ିରେ ଆସି ବହୁ ପୂର୍ବରୁ ଡାକଘର କାର୍ଯ୍ୟାଳୟରେ ଚକି ବସିଥିବାବେଳେ, ଅଧୀନସ୍ଥ ଜଣକ ଲାଞ୍ଚ ଟଙ୍କା ଦେଇ କେଇ ପାଦ ଆଗକୁ ଆଗେଇ ଯାଉଥିବାବେଳେ ଅଧିକାରୀମାନେ ନୀରିକ୍ଷକଙ୍କୁ ମାଡ଼ି ବସିଥିଲେ। ଆସନ୍ତା କାଲି ତାଙ୍କୁ ଭୁବନେଶ୍ବର ସ୍ଥିତ ସିବିଆଇ ଅଦାଲତରେ ହାଜର କରାଯିବ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । ସିବିଆଇ ଚଢ଼ଉ କଥା ସହରରେ ପ୍ରଘଟ ହୋଇଯିବା ପରେ ଶହ ଶହ ଲୋକ ମୁଖ୍ୟ ଡାକଘର ଆଡ଼କୁ ଧାଇଁ ଭିଡ଼ ଜମାଇଥିବାର ଦେଖାଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories