www.samajalive.in
Tuesday, December 9, 2025
16.1 C
Bhubaneswar

ଜମି ଅଧିକାର ପ୍ରମାଣପତ୍ର ବଣ୍ଟନ

ଚୌଦ୍ୱାର :  ଚୌଦ୍ୱାର ପୌରପାଳିକାରେ ସୋମବାର ଅପରାହ୍ନରେ ଜାଗା ମିଶନ ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ପୌର ସଭା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ପୌରହିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ୧୩୭ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଓ ମଧୁବାବୁ ପେନସନ ଯୋଜନାରେ ୭୯ଜଣଙ୍କୁ ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ପବିତ୍ର ବେହେରା, କଉାନସିଲର ଦିଲ୍ଲିପ କୁମାର ସାହୁ, ଆଶୁତୋଷ ଦାସ, ବିଜୟ କୁମାର ସାହୁ, ଲିଲିବାଳା ସାହୁ, ସବିତା ମାହାଳି, ସୁଜାତା ସାହୁ, ବିଜୟଲକ୍ଷ୍ମୀ ବେଉରା, କଲ୍ୟାଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୌରପାଳିକାର ସାମାଜିକ ନିରାପତା ବିଭାଗ ଅଧିକାରୀ ସନ୍ତୋଷ କୁମାର ପାଣି, ବାସନ୍ତି ସାହୁ, ଶୁଶ୍ରୀ ଭୁଯାଁ, ସୁପ୍ରଭା ହୋତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories