www.samajalive.in
Monday, December 8, 2025
13.1 C
Bhubaneswar

୭ମ ଦିନରେ ଆମରଣ ଅନଶନ, ଅର୍ଥନୈତିକ ଅବରୋଧ ଜାରି

– ଧାରଣାସ୍ଥଳରେ ସାଂସଦ ଜୁଏଲ ସମେତ ୩ ବିଧାୟକ
– ଆବଶ୍ୟକ ହେଲେ ପଶ୍ଚିମାଞ୍ଚଳର ସମସ୍ତ ବିଜେପି ବିଧାୟକ ଯୋଗଦେବେ
– ଭଷ୍ମା ଥାନାରେ ୬ମାମଲା ରୁଜୁ
ସୁନ୍ଦରଗଡ଼/ ହେମଗିର/ଟାଙ୍ଗରପାଲି : ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ଦାବି ସମେତ ବିସ୍ଥାପିତଙ୍କ ସମସ୍ୟାର ସମାଧାନ, ପୁନର୍ବାସ ଓ ଥଇଥାନ ନୀତିର ସଂପୂର୍ଣ୍ଣ ପାଳନ, ସ୍ଥାନୀୟ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବିରେ ଚାଲିଥିବା ଆମରଣ ଅନଶନ ଆଜି ସପ୍ତମ ଦିନରେ ପହଞ୍ଚିବା ସହ ଅର୍ଥନୈତିକ ଅବରୋଧ ମଧ୍ୟ ଜାରି ରହିଛି। ଭଷ୍ମା ଥାନା ଅନ୍ତର୍ଗତ କେତେକ ସ୍ଥାନରେ ଆନ୍ଦୋଳନକାରୀମାନେ କୋଇଲା ବୋଝେଇ ଟ୍ରକକୁ ଅଟକାଇ ରଖିଥିବାରୁ ଉକ୍ତ ଟ୍ରକର ମାଲିକଙ୍କ ଏତଲା ଉପରେ ଭଷ୍ମା ପୁଲିସ ୬ଟି ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିବା ବେଳେ ଅଟକ ଥିବା ଟ୍ରକ ଗୁଡ଼ିକୁ କୁଆଡ଼େ ଛାଡ଼ି ଦିଆଯାଇଥିବାର ଜଣାପଡ଼ିଛି। ଗତକାଲି ୬ ବିଧାୟକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସାକ୍ଷାତ କରି ଦାବି ଓ ଆମରଣ ଅନଶନ ସଂପର୍କରେ ଅବଗତ କରାଇଥିଲେ ହିଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସ୍ଥାନୀୟ ଅଞ୍ଚଳ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଆମରଣ ଅନଶନ ଚଳାଇଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଥିବାର ଜଣାପଡ଼ିଛି। ଆଜି ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରେଙ୍ଗାଲି ବିଧାୟକ ନାଉରୀ ନାଏକ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିବା ସହ ଦାବି ହାସଲ ନହେଲେ ଆନ୍ଦୋଳନ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସେହିପରି ହେମଗିରର ଅନ୍ୟାନ୍ୟ ଅଞ୍ଚଳରେ ଚାଲିଥିବା ଅର୍ଥନୈତିକ ଅବରୋଧ ସ୍ଥଳକୁ ମଧ୍ୟ ଯାଇ ସେଠାରେ ଆନ୍ଦୋଳକାରୀଙ୍କ ସହ ଆଲୋଚନା କରିଥିଲେ। ବିସ୍ଥାପିତ ପ୍ରଜାଙ୍କ ହକ ଜାଗାଜମି ନେଇ ଜିଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ପ୍ରତାରିତ କରୁଥିବାରୁ ଏହି ଆନ୍ଦୋଳନ ଦାବି ହାସଲ ନହେବା ଯାଏ ଜାରି ରହିବ ବୋଲି ଆନ୍ଦୋଳନକାରୀ ନେତା ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ପୂର୍ବତନ ଜିଲା ସଭାପତି ତଥା ସାଂସଦ ପ୍ରତିନିଧି ବଟକିଶୋର ମିଶ୍ର, ବିଜେପି ଯୁବନେତା ଅଜୟ ପଟେଲ, ମନିଷ ପଟେଲ, କାନନବାଲା ବେହେରା, କଳାକୃଷ୍ଣ ଓରାମ, ଅଞ୍ଜନା ପଟେଲ, ବଳରାମ ସାହୁ, ଅମୀୟ ପଟ୍ଟନାୟକ, ଶୁଶିଲ ଗୁପ୍ତା, ରାଜୁ ଭଟ୍ଟାଚାର୍ଯ୍ୟ ସମେତ ମନୋଜ ଚୌଧୁରୀ, ତୁମୁଲିଆ ସରପଞ୍ଚ କୁମୁଦବନ୍ଦୁ ପ୍ରଧାନ, ଡିଗ୍ରୀ କୁମାର ସାହୁ, ନାରାୟଣ ପଟେଲ, ସହଦେବ ଚୌଧୁରୀ, ବସନ୍ତ ପଟେଲ, ଶୁଶିଲ ପଟେଲ, ନିରଞ୍ଜନ ମହାକୁଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories