www.samajalive.in
Monday, December 8, 2025
27.1 C
Bhubaneswar

ସଟଡାଉନ କେବେ, ଲୋକେ ଦ୍ୱନ୍ଦରେ

ଭୁବନ: ଆସନ୍ତା ୨୩ ତାରିଖ ଗୁରୁବାର ଦିନ ସକାଳ ୯ ଘଟିକା ସମୟରେ ଗଡନୃସିଂହପ୍ରସାଦ ପଂଚାୟତର ପଳାସପିଠିଆସ୍ଥିତ ପଂଚାୟତରାଜ ଉଚ୍ଚ ବିଦ୍ୟାଳୟରେ ସ୍ୱାବ ଟେଷ୍ଟ ହେବ। ଏଥି ସକାଶେ ଭୁବନ ଏନଏସି ସଟଡାଉନ ରହିବ। ଏ ସଂପର୍କରେ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ଆଜି ମଧ୍ୟାହ୍ନ ସାଢେ ୧୨ ଘଟିକା ସମୟରେ ଚିଠି ନଂ- ୭୧୫ ତା ୨୨.୭.୨୦୨୦ ରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହିତ ଡାକବାଜି ଯନ୍ତ୍ର ଜରିଆରେ ଆସନ୍ତା କାଲି ଭୁବନ ବନ୍ଦ ରହିବ, ଶୁକ୍ରବାର ଦିନ ଭୁବନ ଖୋଲା ରହିବ ଏବଂ ଶନିବାର, ରବିବାର ସପ୍ତାହନ୍ତ ସଟଡାଉନ ରହିବ ବୋଲି ପ୍ରଚାର କରାଇଥିଲେ।

ବିଡିଓ ଆଶୀର୍ବାଦ ପରିଡା ମଧ୍ୟ ଚିଠି ନଂ-୨୦୮୭ ତା ୨୨.୭.୨୦୨୦ ରେ ସ୍ୱାବ ଟେଷ୍ଟ ହେବ ବୋଲି ସମସ୍ତ ଇଓ,ସରପଂଚ ମାନଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଅପରାହ୍ନ ସାଢେ ୨ ଘଟିକା ସମୟରେ ଜିଲ୍ଲାପାଳ ଙ୍କ ଚିଠି ମିଳିଥିଲା। ଚିଠି ନଂ-୬୬୯୩ ତା୨୨.୭.୨୦୨୦ ରେ ଉଲ୍ଲେଖ ଅଛି ଯେ,୨୩ ତାରିଖ ଗୁରୁବାର ଓ ୨୪ ତାରିଖ ଶୁକ୍ରବାର ଭୁବନ ଏନଏସିରେ ଘରକୁ ଘର ବୁଲି ସର୍ଭେ କରାଯିବ। ଏଥିପାଇଁ ଏହି ଦୁଇଦିନ ଭୁବନ ଏନଏସି ସଟଡାଉନ ରହିବ। ଶନିବାର,ରବିବାର ସଂପର୍କରେ କିଛି ଉଲ୍ଲେଖ ନଥିବା ବେଳେ ସପ୍ତାହନ୍ତ ସଟଡାଉନ ରହିବା ନିଶ୍ଚିତ। ଏଣୁ ଗୁରୁବାର ଠାରୁ ରବିବାର ୪ ଦିନ ଭୁବନ ସଟଡାଉନ ହେବ। କୌଣସି ପୂର୍ବ ସୂଚନା ନଦେଇ ହଠାତ ୪ ଦିନ ସଟଡାଉନ କରାଯିବାକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରୁଛନ୍ତି। ଏହା ପ୍ରଶାସନର ଖିଆଲୀ ମନୋଭାବ ତଥା ଦୂରଦୃଷ୍ଟି ଅଭାବ ବୋଲି କହୁଛନ୍ତି।

- Advertisement -

ଗତକାଲି ବିଡିଓ ଆଶୀର୍ବାଦ ପରିଡା ସୂଚନା ଦେଇ କହିଥିଲେ ଯେ, ଆସନ୍ତା ୨୪ ତାରିଖ ଦିନ ଦିବା ୧୦ ଘଟିକା ସମୟରେ ଗଡନୃସିଂହପ୍ରସାଦ ପଂଚାୟତରାଜ ଉଚ୍ଚ ବିଦ୍ୟାଳୟରେ ସ୍ୱାବ ଟେଷ୍ଟ କରାଯିବ। ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର କରୋନା ସଂକ୍ରମିତ ଙ୍କ ସଂପର୍ଶରେ ଆସିଥିବା ଶତାଧିକ ବ୍ୟକ୍ତି ଙ୍କର ସ୍ୱାବ ଟେଷ୍ଟ କରାଯିବ। ଦୋକାନବଜାର ଖୋଲା ରହିଲେ ସ୍ୱାବ ଟେଷ୍ଟ ପାଇଁ ଆସିବା ବ୍ୟକ୍ତିମାନେ ମାର୍କେଟିଂ କରି ଅନ୍ୟ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଥିବାରୁ ଶୁକ୍ରବାର ଦିନ ଭୁବନକୁ ସଟଡାଉନ କରାଯିବ ବୋଲି ସୂଚନା ଦେଇଥିଲେ। ଆଜି ଏ ସଂପର୍କରେ ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଓ ବିଡିଓ ଙ୍କ ନିଷ୍ପତିକୁ ବୁଦ୍ଧିଜୀବୀ ମହଲ ସ୍ୱାଗତ କରିଥିଲେ। ଶୁକ୍ରବାର ଦିନ ସ୍ୱାବ ଟେଷ୍ଟ କରାଯିବା ସହିତ ,ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରିଥିଲେ କଣ ଅସୁବିଧା ହୋଇଥାନ୍ତା ଯେ ଏହି ନିଷ୍ପତିକୁ ପରିବର୍ତନ କରାଯାଇ ଗୁରୁବାର ଦିନ ସ୍ୱାବ ଟେଷ୍ଟ କରାଯିବା ଓ ଗୁରୁବାର,ଶୁକ୍ରବାର ସର୍ଭେ କରାଯିବା ଯୋଜନା ହେଲା। ସପ୍ତାହନ୍ତ ସଟଡାଉନରେ ସର୍ଭେ କରାଯାଇଥିଲେ କଣ ହୋଇନଥାନ୍ତା। ବିଡିଓ, ଇଓ ଏବଂ ଜିଲ୍ଲାପାଳ ଙ୍କ ମଧ୍ୟରେ ସମନ୍ନୟ ଅଭାବ ତଥା ଜିଲ୍ଲା ପ୍ରଶାସନର ଅଜ୍ଞତା ଓ ଦୂରଦୃଷ୍ଟି ଅଭାବ ଯୋଗୁ ଲୋକେ ଦ୍ୱନ୍ଦରେ ରହିବା ସହ ହିନସ୍ତା ହେଉଛନ୍ତି। ଶୁକ୍ରବାର ଠାରୁ ରବିବାର ୪ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ସଟଡାଉନ ଯୋଗୁ ଅଧିକାଂଶ ଲୋକ ଆସନ୍ତା କାଲି ପନିପରିବା ଓ ରାସନ ସାମଗ୍ରୀ କିଣିବାକୁ ଯୋଜନା କରିଥିଲା ବେଳେ ଆଜି ବଜାର ବନ୍ଦ ହେବା ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଆସିଥିଲା। କିନ୍ତୁ ଏ ସଂପର୍କରେ ଏନଏସି ପ୍ରଶାସନ ତରଫରୁ ଆଉ ମାଇକ ପ୍ରଚାର କରାଯାଇନଥିଲା, ଯାହାକି ଲୋକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories