www.samajalive.in
Wednesday, December 10, 2025
18.1 C
Bhubaneswar

୧୨ରେ ସୁଖବିନ୍ଦର ଗାଇବେ ‘ଚକ୍‍ ଦେ ଇଣ୍ଡିଆ’

ଭୁବନେଶ୍ୱର : ହକି ବିଶ୍ୱକପର ପ୍ରଚାର ପ୍ରସାର କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର ଆଗେଇ ଚାଲିଛି। ଅକ୍ଟୋବର ୧୦ରେ ଦିଲୀପ ତିର୍କୀ-ଧନରାଜ ପିଲ୍ଲେ ପ୍ରଦର୍ଶନୀ ମ୍ୟାଚ୍‍, ନଭେମ୍ବର ୧ ଓ ୪ରେ ନ୍ୟୁ ସାଉଥ୍‍ ୱେଲ୍‍ସ-ଓଡ଼ିଶା ଏକାଦଶ ପ୍ରଦର୍ଶନୀ ମ୍ୟାଚ ସହ କ୍ରୀଡ଼ା କିମ୍ବଦନ୍ତୀଙ୍କୁ ନେଇ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୧୨ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏଥିରେ ଭାରତୀୟ ହକିକୁ ନେଇ ନିର୍ମିତ ହୋଇଥିବା ବଲିଉଡ୍‍ ଚଳଚ୍ଚିତ୍ର ‘ଚକ୍‍ ଦେ ଇଣ୍ଡିଆ’ର ଟାଇଟଲ ଗୀତ ପରିବେଷଣ କରାଯିବ। ‘ଚକ୍‍ ଦେ ଇଣ୍ଡିଆ’ ଫିଲ୍ମରେ ଉକ୍ତ ଲୋକପ୍ରିୟ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୁଖବିନ୍ଦର ସିଂହ ଓ ତାଙ୍କ ଦଳ ଏହି ଗୀତ ପରିବେଷଣ କରିବେ। ଏହି ଅବସରରେ ହକି ବିଶ୍ୱକପର ଅଫିସିଆଲ ସଙ୍ଗୀତ ମଧ୍ୟ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ହକି ବିଶ୍ୱକପ ମ୍ୟାଚ ଲାଗି ଅନ୍‍ଲାଇନରେ ଟିକଟ ବୁକିଂ କରିଥିବା ଦର୍ଶକମାନଙ୍କୁ ଟିକଟ ଯୋଗାଣ ଲାଗି କଳିଙ୍ଗ ଷ୍ଟାଡ଼ିୟମ ୪ ନମ୍ବର ପ୍ରବେଶ ପଥ ନିକଟରେ ସ୍ୱତନ୍ତ୍ର ଭାବେ ଅନ୍‍ଲାଇନ୍‍ ବକ୍ସ ଅଫିସ ଖୋଲାଯାଇଛି। ଅନ୍‍ଲାଇନରେ ଟିକଟ ବୁକିଂ କରିଥିବା ଦର୍ଶକମାନେ ଅନ୍‍ଲାଇନ୍‍ରୁ ଡାଉନଲୋଡ୍‍ କରିଥିବା ଭାଉଚର ପ୍ରମାଣ ଭାବେ ଦେଖାଇ ଟିକଟ ସଂଗ୍ରହ କରିପାରିବେ। ଶୁକ୍ରବାରଠାରୁ ପ୍ରତ୍ୟେକ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଦର୍ଶକମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକଟ ସଂଗ୍ରହ କରିପାରିବେ ବୋଲି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରାଜିନ୍ଦର ସିଂହ ସୂଚନା ଦେଇଛନ୍ତି। ଏହାଛଡ଼ା ସାଧାରଣ ଦର୍ଶକଙ୍କ ଲାଗି କଳିଙ୍ଗ ଷ୍ଟାଡ଼ିୟମ ୯ ନମ୍ବର କାଉଣ୍ଟରରେ ଟିକଟ ବିକ୍ରି ପକ୍ରିୟା ଜାରି ରହିଛି ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories