ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ହେବେ ପିଜି କାଉନସିଲ ଅଧ୍ୟକ୍ଷ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ଭାବେ ଆସନ୍ତା ଜୁନ ୧ ତାରିଖରୁ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଦାୟିତ୍ଵ ଗ୍ରହଣ କରିବେ ବୋଲି ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ପିଜି କାଉନସିଲ ଅଧ୍ୟକ୍ଷ ଭାବେ ପ୍ରଫେସର ସୁଶାନ୍ତ କୁମାର ବରାଳ ଦାୟିତ୍ଵ ନିର୍ବାହ କରୁଥିବାବେଳେ ଆସନ୍ତା ୩୧ ତାରିଖରେ ସେ କାର୍ଯ୍ୟରୁ ଅବସର ଗ୍ରହଣ କରିବେ। ଆଜି ବିଶ୍ବବିଦ୍ୟାଳୟ କୁଳସଚିବ ସଚିଦାନନ୍ଦ ନାୟକଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରଫେସର ସୁଶାନ୍ତ କୁମାର ବରାଳଙ୍କ ଅବସର ଗ୍ରହଣ ପରେ ଆସନ୍ତା ଜୁନ ୧ ତାରିଖରୁ ପଦାର୍ଥ ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ନିର୍ଦ୍ଦେଶକ୍ରମେ ପିଜି କାଉନସିଲ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ  ।

Comments are closed.