www.samajalive.in
Saturday, December 6, 2025
16.1 C
Bhubaneswar

ମିଳିବ ‘ସୁଭଦ୍ରା’ ଟଙ୍କା,  ୫ ବର୍ଷରେ ୫୦ ହଜାର

ଭୁବନେଶ୍ବର : ସୁଭଦ୍ରା ଯୋଜନା ପାଇଁ ଏସଓପି ଜାରି ହୋଇଛି । ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଡେବିଟ୍ କାର୍ଡ ମହିଳାଙ୍କୁ ପ୍ରଦାନ କରାଯିବ । ୨୧ ବର୍ଷରୁ ୬୦ ବର୍ଷ ବୟସ୍କ ମହିଳା ଏହାର ଲାଭ ପାଇବେ ।

ଏଥିରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମହିଳାଙ୍କୁ ପ୍ରଦାନ କରାଯିବ । ୫ ବର୍ଷରେ ଯୋଗ୍ୟ ହିତାଧିକାରୀ ୫୦ ହଜାର ଟଙ୍କା ପାଇବେ । ଏକ କୋଟିରୁ ଅଧିକ ମହିଳା ଏଥିରେ ଲାଭବାନ ହେବେ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ମହିଳାମାନେ ଆବେଦନ କରିପାରିବେ ।  ପ୍ରତି ପଞ୍ଚାୟତରେ ୧୦୦ ଜଣ ହିତାଧିକାରୀ ଚୟନ କରାଯାଇ ସେମାନଙ୍କୁ ଏହାର ଲାଭ ପ୍ରଦାନ କରାଯିବ ।

- Advertisement -

ତେବେ ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ଏଥିରୁ ବଞ୍ଚିତ ହେବେ । ସେହିଭଳି ସରକାରୀ ଚାକିରି କରୁଥିବା ମହିଳା ସୁଭଦ୍ରା ସହାୟତା ପାଇବେନି । ଆୟକର ପ୍ରଦାନ କରୁଥିବା ମହିଳାଙ୍କୁ ଏହାର ଲାଭ ମିଳିବନି । ମାସିକ ୧୫ ଶହ ବା ବାର୍ଷିକ ୧୮ ହଜାର ଟଙ୍କା ପାଉଥିବା ମହିଳା ଏହି ସହାୟତାର ଲାଭ ପାଇବେନି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories