www.samajalive.in
Wednesday, November 19, 2025
18.1 C
Bhubaneswar

ବୋରୱେଲରେ ବୃଦ୍ଧା ; ଉଦ୍ଧାର ପାଇଁ ଗଲା ଏନଡିଆରଏଫ ଟିମ୍‌‌

ସୁବର୍ଣ୍ଣପୁର : ବୋରୱେଲରେ ଖସିପଡିଲେ ବୃଦ୍ଧା। ବୋରୱେଲରୁ ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍‌‌ ଯାଉଛି। ଘଟଣା ସ୍ଥଳକୁ ମୁଣ୍ଡଳିରୁ ବାହାରିଲା ୩୧ ଜଣିଆ ଏନଡିଆରଏଫ ଟିମ୍‌‌। ସେକେଣ୍ଡ ଇନ୍‌‌ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରଙ୍କ ନେତୃରେ ଏହି ଟିମ୍‌‌ ବାହାରିଛି। ଛତିଶଗଡରେ ‘ଅପରେସନ ରାହୁଲ’ରେ ଲିଡ୍‌‌ କରିଥିଲେ ବର୍ଦ୍ଧମାନ। ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ୍‌‌ ଟିମ୍‌‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍‌‌ ହୋଇଛନ୍ତି।
ବୋରୱେଲରେ ବୃଦ୍ଧା ପଡିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗାତ ଭିତରକୁ ପାଇପ୍‌‌ ଯୋଗେ ଅକ୍ସିଜେନ ପଠାଯାଇଛି। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି। ଆଉ ଏକ ଘଣ୍ଟା ମଧ୍ୟରେ ବୃଦ୍ଧାଙ୍କ ନିକଟରେ ପହଞ୍ଚିଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି। ବୃଦ୍ଧା ଜଣଙ୍କ କୌଣସି ରେସପଣ୍ଡ କରୁନଥିବା ଡିଜି କହିଛନ୍ତି।

 

Hot this week

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ

ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି...

Related Articles

Popular Categories