www.samajalive.in
Saturday, December 6, 2025
16.1 C
Bhubaneswar

ଶିବ ପଞ୍ଚାକ୍ଷର ଧ୍ୱନୀରେ ପ୍ରକମ୍ପିତ ସତ୍ୟବାଦୀର ଶୈବପୀଠ

ସୁଆଣ୍ଡୋ: ସତ୍ୟବାଦୀରେ ଥିବା ଶୈବପୀଠଗୁଡିକରେ ଶିବରାତ୍ରି ଅବସରରେ ଶିବ ପଞ୍ଚାକ୍ଷର ଧ୍ୱନୀରେ ପ୍ରକମ୍ପିତ ହୋଇଛି। ଶ୍ରୀ ବରାଳ ବାଲୁଙ୍କେଶ୍ୱରଙ୍କ ମନ୍ଦିର ସହିତ ଅନ୍ୟାନ୍ୟ ଶିବ ମନ୍ଦିରମାନଙ୍କରେ ଆଲୋକମାଳା ଓ ରଙ୍ଗବେରଙ୍ଗ ଫୁଲରେ ସୁସଜ୍ଜିତ ହୋଇଛି। ଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ପ୍ରଶାସନ, ସେବାୟତ ସଂଘ ଓ ଗ୍ରାମ ପରିଚାଳନା କମିଟି ସ୍ୱତନ୍ତ୍ର ଦେବ ନୀତି ନିର୍ଘଣ୍ଟ କରାଯାଇଥିଲା। ଠାକୁରଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ସହ ଦୀପ ଜାଳିବା ପାଇଁ ଭିଡ଼ ଲଗାଇଥିବା ପରିଲକ୍ଷିତ ହୋଇଛି। ମନ୍ଦିର ସିଂହଦ୍ଵାରକୁ ରଙ୍ଗୋଲିରେ ସଜା ଯିବା ସହ ଫୁଲରେ ଆକର୍ଷିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଯାନ ରଖିବାଠାରୁ ଆରମ୍ଭ କରି ଧାଡି ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ସୁବିଧା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ପ୍ରଦାନ କରାଯାଉଛି। ଦୀପ ଜାଳିବା ପାଇଁ ସ୍ୱତନ୍ତ୍ର ସ୍ଥାନ ନିରୁପଣ କରାଯାଇଛି। ଶ୍ରଦ୍ଧାଳୁ ଧାଡ଼ିରେ ଯିବା ସମୟରେ ସେମାନଙ୍କୁ ଛାଇ ପ୍ରଦାନ ପାଇଁ କପଡା ସିଲିଂ କରାଯାଇଛି। ଜାଗର ଯାତ୍ରା ପାଇଁ ରାୟଚକ୍ରଧରପୁର ନୀଳକଣ୍ଠେଶ୍ଵର, ପରଜାପଡା ଚନ୍ଦ୍ରଶେଖର, ବିଲ କପିଳେଶ୍ଵର, ବୀର ଗୋବିନ୍ଦପୁର ନୀଳକଣ୍ଠେଶ୍ଵର, ବିଶ୍ୱନାଥପୁର, ନୂଆ ସୋମେଶ୍ୱରପୁର, ବନପୁର, ଯୋଡାଲିଙ୍ଗ, କୋଶଳେଶ୍ୱର, ଅନନ୍ତେଶ୍ୱର, ରାୟ ଖଣ୍ଡି ଚନ୍ଦ୍ରଶେଖର, ବିଦ୍ୟାଧରପୁର କୁଣ୍ଡଳେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ନୂଆଗାଁ ନୀଳକଣ୍ଠେଶ୍ଵର, ଶ୍ରୀରାଚନ୍ଦ୍ରପୁର, ଆଦ୍ୟ ଶାସନ ବୀରରାମଚନ୍ଦ୍ର ପୁର, ଅଳଗୁମ ଗତିଶ୍ୱର, ସାଣ୍ଢରା ନୀଳକଣ୍ଠେଶ୍ଵର, ବଳପୁର ବାଲୁଙ୍କେଶ୍ୱର ଆଦି ମନ୍ଦିରରେ ମହାଦୀପ ଉଠିବାର ବ୍ୟବସ୍ଥା କରାଯାଇଛି। ଶିବ ମନ୍ଦିରରେ ରାତି ୩ଟା୩୦ରେ ମଙ୍ଗଳ ଆଳତୀ, ସ୍ନାନ, ବେଶ, ସୂର୍ଯ୍ୟ ପୂଜା ଓ ବାଳଭୋଗ ସରିବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ପରମ୍ପରା ଅନୁସାରେ ଦିନ ଦେବ ନୀତି କରାଯାଇ ରାତି ୧୦ଟାରେ ମହାଦୀପ ଉଠିବ। ଏହି ଅବସରରେ ରାମ ନାଟକ, ପାଲା, ଦାଶକାଠିଆ, ହୋମ ଯଜ୍ଞ, ଭଜନ ସମାରୋହ, ନାଟକ ଓ ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଶୈବପୀଠମାନଙ୍କରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଭକ୍ତମାନେ ଆନନ୍ଦ ଉଲ୍ଲାସର ସହ ଭକ୍ତିପୂତ ଭାବେ ଦିଅଁ ଦର୍ଶନ କରୁଛନ୍ତି। ପୁରୀ ଜିଲାର ପ୍ରସିଦ୍ଧ ଚୁଡ଼ାଘସା ଭକ୍ତମାନେ ଭୋଗ ଲଗାଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories