www.samajalive.in
Monday, December 8, 2025
27.1 C
Bhubaneswar

୧୨ ପୁଲିସ ଜିଲାରେ ନିୟୋଜିତ ହେବେ ଛାତ୍ର ଟ୍ରାଫିକ୍‌ ସ୍ବେଛାସେବୀ

ଭୁବନେଶ୍ୱର: ଟ୍ରାଫିକ୍‌ ନିୟନ୍ତ୍ରଣରେ ପୁଲିସକୁ ସହଯୋଗ କରିେବ ଛାତ୍ର ଟ୍ରାଫିକ୍‌ ସ୍ବେଛାସେବୀ (ଏସଟିଭି)। ଛାତ୍ର ଟ୍ରାଫିକ୍‌ ସ୍ବେଛାସେବୀ ବୃତ୍ତି ଯୋଜନା (ଏସଟିଭିଏସଏସ)ରେ ଏମାନଙ୍କୁ ନିୟୋଜିତ କରାଯିବ। କମିସନରେଟ ପୁଲିସ ସମେତ ରାଜ୍ୟର ୧୨ଟି ପୁଲିସ ଜିଲାରେ ଏମାନଙ୍କୁ ନିୟୋଜିତ କରାଯିବ। ଏମାନଙ୍କ ଲାଗି ଅବଶ୍ୟକ ଅର୍ଥ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠିରୁ ବ୍ୟୟ କରାଯିବ। ୧୨ଟି ଜିଲା ପାଇଁ ୮୫୫ଟି ଏସଟିଭି ମଞ୍ଜୁର କରାଯାଇଛି। ଏମାନେ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପରିଚାଳନାରେ ପୁଲିସକୁ ସହଯୋଗ କରିବେ।

ଜଣେ ଏସ୍‌ଟିଭି ଦୈନିକ ସର୍ବାଧିକ ୩ଘଣ୍ଟା କାମ କରିେବ ଏବଂ ଏଥିପାଇଁ ତାଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯିବ। ଏହାବାଦ୍‌ ସେମାନଙ୍କୁ ପୋଷାକ ବାବଦରେ ବାର୍ଷିକ ୧୫୦୦ ଟଙ୍କା ପ୍ରଦାନ କରାଯିବ। ଏମାନଙ୍କ ଲାଗି ଗୋଷ୍ଠୀ ବୀମା (ଗ୍ରୁପ୍‌ ଇନସ୍ୟୁରାନ୍ସ)ର ମଧ୍ୟ ବ୍ୟବସ୍ଥା ରହିଛି। ଏହି ଯୋଜନା ପାଇଁ ବାର୍ଷିକ ୩.୨୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପୁଲିସ ଜିଲାରେ ଏସ୍‌ଟିଭି ନିଯୁକ୍ତି ପାଇଁ ଅନୁମତି ପ୍ରଦାନ କରାଯିବ। ସଡ଼କ ସୁରକ୍ଷା ପାଣ୍ଠି ବାବଦରେ ରାଜ୍ୟ ସରକାର ୨୦େକାଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ଏସ୍‌ଟିଭିଏସଏସ ବ୍ୟତୀତ ଆଗାମୀ ଦିନରେ ଦୁର୍ଘଟଣାପ୍ରବଣ ସ୍ଥାନରେ ସିସିଟିଭି ଲଗାଯିବା ଯୋଜନା ରହିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories