www.samajalive.in
Monday, December 8, 2025
20.1 C
Bhubaneswar

ହେଲିକପ୍ଟର ଦୁର୍ଘଟଣା: ଉଦ୍ଧାରରେ ସାହାଯ୍ୟ କରିଥିବା ଗାଁକୁ ପୋଷ୍ୟ ଭାବେ ଗ୍ରହଣ କଲା ସେନା

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ନୀଳଗିରିର ଘଞ୍ଚ ଜଙ୍ଗଲରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ହେଲିକପ୍ଟର ଡିସେମ୍ବର ୮ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଡିଏସ ରାୱତଙ୍କ ସହଯାତ୍ରୀଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାର ଉଦ୍ଧାରକାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସ୍ଥାନୀୟ ଗାଁ ଲୋକେ। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛି ଭାରତୀୟ ବାୟୁସେନା। ସେନା କହିଛି ପୀଡିତଙ୍କ ପାଇଁ ଗାଁ ଲୋକେ ଭଗବାନଙ୍କ ପରି କାମ କରିଛନ୍ତି। ସେନା କହିଛି, ଗାଁର ଅନେକ ଲୋକ ପୀଡିତଙ୍କୁ ସାହାଯ୍ୟ କରିଛନ୍ତି। ଗାଁ ଲୋକଙ୍କ ବିନା ସହାୟତାରେ ୧୪ ଜଣଙ୍କୁ ଠିକ୍ ସମୟରେ ହସ୍ପିଟାଲ ନିଆଯାଇ ପାରିନଥାନ୍ତା। ଏଥିପାଇଁ ବାୟୁସେନାର ଦକ୍ଷିଣ ଭାରତୀୟ ମୁଖ୍ୟାଳୟ ଉକ୍ତ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛି।

ସେନା ପକ୍ଷରୁ ଗାଁ ଲୋକଙ୍କୁ କମ୍ବଳ, ରାସନ ସାମଗ୍ରୀ ଓ ଜରୁରୀକାଳୀନ ଲ୍ୟାମ୍ପ ବିତରଣ କରାଯାଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଉଦ୍ଧାରକାର୍ଯ୍ୟରେ ଯୋଗଦାନ ପାଇଁ ତାମିଲନାଡୁ ସରକାର, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ବିଭିନ୍ନ ବିଭାଗର ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି। ଜଣେ ବରିଷ୍ଠ ଅଗ୍ନିଶମ କର୍ମଚାରୀ ଏନସି ମୁରଲୀ କହିଛନ୍ତି, ଆମେ ଗାଁ ଲୋକଙ୍କ ସାହାଯ୍ୟରେ ଦୁଇ ଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିଥିଲୁ। ସେଥିରୁ ଜଣେ ଥିଲେ ସିଡିଏସ ଜେନେରାଲ ବିପିନ ରାୱତ ଓ ଅନ୍ୟଜଣେ ହେଲେ ବାୟୁସେନାର ଗ୍ରୁପ୍‌ କ୍ୟାପନେଟ୍‌ ବରୁଣ ମିଶ୍ର। ଜେନେରାଲ ରାୱତ ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଥିବାବେଳେ ଗ୍ରୁପ୍ କ୍ୟାପଟେନ ବରୁଣ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର (ଡିସେମ୍ବର ୧୫)ରେ ପ୍ରାଣ ହରାଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories