www.samajalive.in
Monday, December 8, 2025
14.1 C
Bhubaneswar

ଆହୁରି ବଢ଼ିବ ଶୀତ ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ରକୋପ ବଢ଼ୁଛି। ପ୍ରବଳ ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି। ଅପରାହ୍ଣରୁ ଶୀତ ପଡ଼ିବା ଆରମ୍ଭ ହେଉଛି। ସକାଳ ୮ଟା ଯାଏଁ ଶୀତ ଲାଗି ରହୁଛି। ଦାରିଙ୍ଗବାଡ଼ିରେ ପାରଦ ତଳ ମୁହାଁ ହୋଇଛି। କେବଳ ଦାରିଙ୍ଗବାଡ଼ି ନୁହେଁ ଫୁଲବାଣୀ ଏବଂ ବାଲିଗୁଡ଼ାରେ ମଧ୍ୟ ପ୍ରବଳ ଥଣ୍ଡା ପଡୁଛି। ରାତିରେ ବାହାରିବା କଷ୍ଟଦାୟକ ହୋଇ ପଡୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆଗକୁ ଆହୁରି ଶୀତ ବଢ଼ିବ। ଉତ୍ତର-ପଶ୍ଚିମ-ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କରୁଥିବାରୁ ଆଗାମୀ ୪ରୁ ୫ ଦିନ ଯାଏଁ ସର୍ବନିମ୍ନ ତାପମାତ୍ର ୨ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିବ। ଗତ ୨୪ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ଦ୍ବାରା ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ଉପରୋକ୍ତ ସ୍ଥାନ ଗୁଡ଼ିକରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ, କେନ୍ଦୁଝରରେ ୧୧.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨ ଡିଗ୍ରୀ, ସୋନପୁରରେ ୧୨.୪ ଡିଗ୍ରୀ, ଭବାନୀପାଟଣାରେ ୧୨.୯ ଡିଗ୍ରୀ, ବାଲେଶ୍ୱରରେ ୧୪.୬ ଡିଗ୍ରୀ, ଚାନ୍ଦବାଲିରେ ୧୩.୬ ଡିଗ୍ରୀ, କଟକରେ ୧୪.୫ ଡିଗ୍ରୀ, ଭୁବନେଶ୍ୱରରେ ୧୪.୫ ଡିଗ୍ରୀ, ଅନୁଗୋଳରେ ୧୪.୬ ଡିଗ୍ରୀ, ବାରିପଦା, ତାଳଚେର ଏବଂ ସମ୍ୱଲପୁରରେ ୧୪ ଡିଗ୍ରୀ, ହୀରାକୁଦରେ ୧୩.୨ ଡିଗ୍ରୀ, ବଲାଙ୍ଗୀରରେ ୧୩.୬ ଡିଗ୍ରୀ, କୋରାପୁଟରେ ୧୩.୮ଡିଗ୍ରୀ ଏବଂ ଟିଟିଲାଗଡ଼ରେ ୧୧.୩ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିବାବେଳେ ମାଲକାନଗିରି ଓ କୋରାପୁଟର କେତେକ ଅଞ୍ଚଳରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶାରେ ରାତି ତାପାମାତ୍ରା ୦.୫ରୁ ୧.୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୫ରୁ ୨ ଡିଗ୍ରୀଯାଏ ତଳକୁ ଖସିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories