www.samajalive.in
Wednesday, December 10, 2025
26.1 C
Bhubaneswar

ଜଣପିଛା ୪ ହଜାର ଟଙ୍କା ଦେଇ କୋଟାରୁ ଓଡ଼ିଶା ଫେରୁଛନ୍ତି ଶତାଧିକ ଛାତ୍ରଛାତ୍ରୀ; ଆସନ୍ତାକାଲି ପହଞ୍ଚିବା ଆଶା

ଭୁବନେଶ୍ବର (ବ୍ୟୁରୋ): ରାଜସ୍ଥାନର କୋଟାରୁ ଓଡ଼ିଶା । ନିଜ ଉଦ୍ୟମରେ ଟଙ୍କା ଆଦାୟ କରି ୪ଟି ବସରେ ଓଡ଼ିଶା ଫେରୁଛନ୍ତି ପ୍ରାୟ ୧୧୪ ଜଣ ଛାତ୍ରଛାତ୍ରୀ । ଲକ୍ଡ଼ାଉନ ପରେ ସେମାନେ ଘରକୁ ଆସି ପାରୁ ନଥିଲେ । ଶେଷରେ ନିଜ ନିଜ ମଧ୍ୟରେ ଟଙ୍କା ଆଦାୟ କରି ୪ଟି ଗାଡ଼ି ଭଡ଼ା କରି ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି । ବୁଧବାର ଗୋଟିଏ ଗାଡ଼ି ପୁରୀ ଅଭିମୁଖେ ବାହାରିଥିବାବେଳେ ରାଉରକେଲା ଅଭିମୁଖେ ଆଜି ବାହାରିଛି ୪ଟି ବସ୍ । ଗାଡ଼ି ଭଡ଼ା ପାଇଁ ପ୍ରତ୍ୟେକଙ୍କୁ ଦେବାକୁ ପଡ଼ିଛି ୪ ହଜାର ଟଙ୍କା ।  ନିଜ ଅର୍ଥରେ ବସ୍ ଯୋଗାଡ଼ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନୁରୋଧରେ କୋଟା ଜିଲ୍ଲାପାଳ ସେମାନଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି । ବସ୍‌କୁ ସାନିଟାଇଜ୍ କରାଯିବା ସହ ସମସ୍ତଙ୍କର ସ୍କ୍ରିନିଂ କରାଯାଇଛି । ଓଡ଼ିଶାରେ  ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ସହ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଦାୟିତ୍ୱରେ ଥିବା ଆଇପିଏସ୍ ଅଧିକାରୀ ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories