www.samajalive.in
Monday, December 8, 2025
20.1 C
Bhubaneswar

ମୁକୁଳା ନାଳରେ ଛାତ୍ରଙ୍କ ଜୀବନ ଯିବା ପ୍ରସଙ୍ଗରେ ମାନବାଧିକାର କମିସନରେ ମାମଲା

କଟକ : ରାଜଧାନୀର ମୁକୁଳା ନାଳରେ ଭାସିଯାଇ ଜଣେ ୧୫ ବର୍ଷୀୟ ନାବାଳକର ଜୀବନ ଯିବା ଘଟଣାରେ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣାରେ ଉପଯୁକ୍ତ ତଦନ୍ତ ଓ ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ଠାରେ ଆବେଦନ ପତ୍ର ଦାଖଲ ହୋଇଛି। ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଏ ନେଇ କମିସନଙ୍କ ନିକଟରେ ଦାଖଲ ହୋଇଛି। ସେ ଦର୍ଶାଇଛନ୍ତି ଯେ ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଘଟୁଛି।
ଭୁବନେଶ୍ୱରରେ ମୁକୁଳା ଡ୍ରେନ ସମସ୍ୟାର କୌଣସି ସ୍ଥାୟୀ ସମାଧାନ କରାଯାଉ ନାହଁ। ଗତ ୫ ବର୍ଷ ମଧ୍ୟରେ ମୁକୁଳା ଡ୍ରେନରେ ପଡି ଭାସିଯାଇ ୬ ଜଣ ଶିଶୁଙ୍କର ଜୀବନ ଗଲାଣି। ତେବେ ପ୍ରତିବର୍ଷ ବର୍ଷାଦିନ ଆସିଲେ ଏଭଳି ଘଟଣା ଦେଖିବାକୁ ମିଳୁଛି। କିନ୍ତୁ ରାଜ୍ୟ ସରକାର କିମ୍ବା ବିଏମସି କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଫଳରେ ପୁଣି ଜଣେ ମେଧାବୀ ଛାତ୍ରଙ୍କ ଅକାଳରେ ଦୁଃଖଦ ମୃତ୍ୟୁ ହୋଇଛି। ଏପରି ଘଟଣାର ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି କମିସନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories