www.samajalive.in
Sunday, December 7, 2025
16.1 C
Bhubaneswar

ଭିଜିଲାନ୍ସର ପୁଣି ଏକ ଷ୍ଟ୍ରୋକ ; ବଡ଼ଗାଁ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବାସଗୃହରେ ଚଢ଼ାଉ, ୧କୋଟିରୁ ଉର୍ଦ୍ଧ୍ବ ଆୟବର୍ହିଭୂତ ସମ୍ପତ୍ତି ଠାବ

ସୁନ୍ଦରଗଡ଼/ବଡ଼ଗାଁ : ଗତ କିଛି ମାସ ହେବ ଭିଜିଲାନ୍ସ ବିଭାଗ ଗୋଟିଏ ପରେ ଗୋଟିଏ ଷ୍ଟ୍ରୋକ ମାରିବାରେ ଲାଗିଛି । କିଛି ଦିନ ପୂର୍ବରୁ ଶିକ୍ଷା ଅଧିକାରୀ ଓ କିରାଣିଙ୍କୁ ପଞ୍ଝା ମାରିବା ପରେ ଆଜି ପୁଣି ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବଡ଼ଗାଁ ବ୍ଲକରେ ଅବସ୍ଥାପିତ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ କାର୍ଯ୍ୟାଳୟ ଓ ବାସଗୃହରେ ଭିଜିଲାନ୍ସ ଚଢ଼ାଉ କରି ପ୍ରାୟ ୧କୋଟି ୩୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରି ତାଙ୍କୁ ପଚରାଉଚୁରା କରୁଥିବାର ଜଣାପଡ଼ିଛି । ବିଭାଗୀୟ ସୂତ୍ରରୁ ପ୍ରକାଶ, ବଡ଼ଗାଁ ବ୍ଲକରେ ଅବସ୍ଥାପିତ ଏହି ଯନ୍ତ୍ରୀ ୧୯୯୨ ମସିହାରୁ ସରକାରୀ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୨୦୧୩ ମସିହାରେ ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ହୋଇଥିଲେ । ପରେ ସେ ୨୦୧୮ ମସିହାରୁ ବଡ଼ଗାଁ ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ ଅବସ୍ଥାପିତ ଥିଲେ । ରହଣି ସମୟରେ ସେ ବହୁ ବେଆଇନ ସମ୍ପତ୍ତି ଠୁଳ କରିବାର ସୂଚନା ପାଇବା ପରେ ବିଭାଗ ଭିଜିଲାନ୍ସ ଜଜ୍‍ଙ୍କ ସ୍ୱତନ୍ତ୍ର ୱାରେଣ୍ଟ ବଳରେ ତାଙ୍କ ବଡ଼ଗାଁ କାର୍ଯ୍ୟାଳୟ ଓ ସୁନ୍ଦରଗଡ଼ ରଙ୍ଗାଢିପାରେ ଥିବା ୩ତାଲା ବାସଗୃହ ଉପରେ ଖାନତଳାସୀ ଆରମ୍ଭ କରିଥିଲେ । ଖାନତଳାସୀ ସମୟରେ ଏହି ୩ତାଲା ବାସଗୃହ ବ୍ୟତୀତ ସୁନ୍ଦରଗଡ଼ ଓ ପିପଲିରେ ଦୁଇଟି ପ୍ଲଟ, ଗୋଟିଏ ଚାରି ଚକିଆ କାର, ଦୁଇଟି ବାଇକ, ବିଭିନ୍ନ ଜୀବନ ବୀମା ଓ ସଞ୍ଚୟ ଯୋଜନାରେ ଲକ୍ଷାଧିକ ଟଙ୍କା ରଖିବା, ବ୍ୟାଙ୍କ ଓ ପୋଷ୍ଟ ଅଫିସ ଜମା, ୧୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଘରେ ଦାମିକିଆ ଆସବାପତ୍ର ସମେତ ନଗଦ ୨୬ହଜାର ୩ଶହ ଟଙ୍କା ଜବତ କରିଥିଲେ । ଶେଷ ଖବର ଲେଖା ହେଲା ବେଳକୁ ୧କୋଟି ୩୫ଲକ୍ଷ ୬୪ହଜାର ୯୫୧ ଟଙ୍କା ସମ୍ପତ୍ତି ଠାବ କରାଯାଇଥିଲା । ଭିଜିଲାନ୍ସ ଏସ.ପି ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଡି.ଏସ.ପି ବିରେନ୍ଦ୍ର କୁମାର ନାଏକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ ।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories