www.samajalive.in
Monday, December 8, 2025
17.1 C
Bhubaneswar

ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ଼, ଭାଙ୍ଗିଲା ସ୍କ୍ରିନ୍‍

ନୂଆଦିଲ୍ଲୀ : ବାରାଣାସୀରୁ ନୂଆଦିଲ୍ଳୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‍ ଉପରେ ରବିବାର କେତେକ ଲୋକ ପଥରମାଡ଼ କରିଛନ୍ତି। ଏଥିରେ ଟ୍ରେନ୍‍ର ଗୋଟିଏ ସ୍କ୍ରିନ୍‍ ଭାଙ୍ଗିଯାଇଛି। ଚାଳକଙ୍କ ମୁଖ୍ୟ ଝରକା ସମେତ ଅନ୍ୟ କେତେକ ଝରକା କ୍ଷତିଗ୍ରସ୍ତ ହୋଇଛି। ଉତ୍ତର ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀଙ୍କ କହିବା ଅନୁସାରେ ଉତ୍ତରପ୍ରଦେଶର ଅଛାଲଦା ଏବଂ ୱାଲି ମଧ୍ୟରେ ଦିବ୍ରୁଗଡ଼ ରାଜଧାନୀ ଏକ୍ସପ୍ରେସ୍‍ରେ ଗୋଟିଏ ମଇଁଷି କଟିଯାଇଥିଲା। ଏଥିରେ ଉତକ୍ଷିପ୍ତ ଲୋକମାନେ କିଛି ସମୟ ପରେ ସେହି ବାଟ ଦେଇ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‍ ଉପରେ ପଥର ମାଡ଼ କରିଥିଲେ। ଗୋଟିଏ ପଥର ଖଣ୍ଡ ଟ୍ରେନ୍‍ ଚାଳକଙ୍କ ଝରକା ଦେଇ ଯାଇ ସ୍କ୍ରିନ୍‍ରେ ବାଜିଥିଲା। ଫଳରେ ଟ୍ରେନ୍‍ ସ୍କିନ୍‍ଟି ଭାଙ୍ଗିଯାଇଛି। କୋଚ୍‍ ସି-୪, ସି-୬, ସି୭-, ସି-୮ ଏବଂ ସି-୧୩ର ବାହାରପଟ କାଚ ଏବଂ ସି ୧୨ର ଦୁଇଟି କାଚ ପ୍ୟାନେଲ କ୍ଷତିଗ୍ରସ୍ତ ହୋଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories