www.samajalive.in
Monday, December 8, 2025
20.1 C
Bhubaneswar

ହିମାଚଳପ୍ରଦେଶରେ ହିମ ଝଡ଼; ଫସି ରହିଛନ୍ତି ୩ ବିଦେଶୀଙ୍କ ସମେତ ୭୦ ପର୍ଯ୍ୟଟକ

ଶିମଲା : ହିମାଚଳପ୍ରଦେଶରେ ଗତ କିଛି ଦିନ ଧରି ହିମ ଝଡ଼ ଜାରି ରହିଛି। ତେବେ ରବିବାର ହିମ ଝଡ଼ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଜାତୀୟ ରାଜପଥ ୫ର କିବରରୁ କାଜା ମଧ୍ୟରେ ୩ ବିଦେଶୀଙ୍କ ସମେତ ୭୦ ଜଣ ପର୍ଯ୍ୟଟକ ଫସି ରହିଛନ୍ତି। ହିମ ଝଡ଼ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ସଡ଼କକୁ ଖାଲି କରିବା ପାଇ ଅଭିଯାନ ଆରମ୍ଭ ହୋଇଛି।
ପ୍ରବଳ ମାତ୍ରାରେ ତୁଷାରପାତ, ବର୍ଷା ଓ ଝଡ଼ ଯୋଗୁଁ କୁଲୁ-ମନାଲି ରାଜପଥ ବନ୍ଦ ହୋଇଯାଇଛି। କେତେକ ସ୍ଥାନରେ ହିମସ୍ଖଲନ ଓ ଭୂସ୍ଖଳନ ହୋଇଥିବାର ଖବର ମିଳିଛି। ଚୀନ-ଭାରତ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ତୁଷାର ପାତ ଯୋଗୁଁ ଫସି ରହିଥିବା ୫ ଯବାନଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ସେନା ଏବଂ ଆଇଟିବିପିର ୨୫୦ ଯବାନଙ୍କ ଉଦ୍ଧାର ତଲାସୀ ଅଭିଯାନ ଜାରି ରହିଛି ବୋଲି ସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories