www.samajalive.in
Tuesday, December 9, 2025
23.1 C
Bhubaneswar

ବଢୁଛି ଷ୍ଟେଟ ବ୍ୟାଙ୍କ୍ ଗ୍ରାହକଙ୍କ ଆସନ୍ତୋଷ; ବରିଷ୍ଠ ନାଗରିକଙ୍କ ପକ୍ଷରୁ ଶାଖା ପ୍ରବନ୍ଧକଙ୍କୁ ଲିଖିତ ଅଭିଯୋଗ

ରେଙ୍ଗାଲିକେମ୍ପ : ଅତାବିରା ଷ୍ଟେଟ ବ୍ୟାଙ୍କ ଅତାବିରା ଶାଖା ରେ ବହୁତ୍ ଦିନରୁ ଅବ୍ୟବସ୍ଥା ରହିଥିବା ଦେଖିବାକୁ ମିଳୁଛି। ଏନେଇ ଅନେକ ଥର ଖବର କାଗଜରେ ପ୍ରକାଶିତ ହେବା ସହ ବିଭିନ୍ନ ସମୟରେ ବ୍ୟାଙ୍କ୍ ଗ୍ରାହକମାନେ ମଧ୍ୟ ଅନେକ ଥର ଅଭିଯୋଗ କରିଆସିଛନ୍ତି। କିନ୍ତୁ ମତେ ଯେତେ ମାଠିବୁ ମାଠ୍ ପରି ଅବସ୍ଥା ଯାହାକୁ ତାହା। ଗାଡ଼ି ପାର୍କିଂର ସୁବିଧା ନାହିଁ, ପାନୀୟ ଜଳ, ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ, ଲାଇନରେ ଛିଡ଼ା ହେବା ପାଇଁ ସ୍ଥାନର ଅଭାବ ଇତ୍ୟାଦି ଅନେକ ଅସୁବିଧା ଛଡା ବିନା ଶାଖା ପ୍ରବନ୍ଧକରେ ବର୍ଷ ଧରି ବ୍ୟାଙ୍କ୍ ଚାଲୁଛି। ଏବେ ରେଲୱେ ଷ୍ଟେସନ୍ ହଉ କି ଯେ କୌଣସି   ଅନୁଷ୍ଠାନ ହେଉ ସବୁଠାରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ  ସ୍ବତନ୍ତ୍ର  ସୁବିଧା କରାଯାଉଛି । ହେଲେ ଅତାବିରା ଷ୍ଟେଟ ବ୍ୟାଙ୍କରେ କିଛି ବି ସୁବିଧା କରାଯାଇ ନାହିଁ । ଏପରିକି ବରିଷ୍ଠ ନାଗରିକମାନଙ୍କ ପ୍ରତି ସେମାନଙ୍କ ମାନବିକତା ବି ବେଳେବେଳେ ଦେଖିବାକୁ ମିଳିଥାଏ। ଯାହାକୁ ନେଇ ଅତାବିରା ବରିଷ୍ଠ ନାଗରିକମାନେ କ୍ଷୋଭ ପ୍ରକାଶ କରି ଆଜି ସଂଘର  ସଭାପତି ବେଣୁଧର ମିଶ୍ରଙ୍କ ନେତୃତ୍ୱରେ ଶାଖା ପ୍ରବନ୍ଧକଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଯେଉଁଥିରେ ମୁଖ୍ୟ ୩ଟି ଦାବି କୁ ଜୋର୍ ଦିଆଯାଇଛି। ପ୍ରଥମତଃ ପ୍ରତି ଶୁକ୍ରବାର ଦିନ ପାସ୍ ବହିର ଅପ୍ ଟୁ ଡେଟ୍ କରାହେବ ବୋଲି କୁହାଯାଇଥିଲା କିନ୍ତୁ ତାହା ହେଉ ନାହିଁ। ଅପ୍ ଟୁ ଡେଟ୍ ମେସିନ କାମ କରୁନାହିଁ, ବ୍ୟାଙ୍କ୍ ଦୌଡ଼ି ଦୌଡ଼ି ଲୋକ ହଇରାଣ ହେଉଛନ୍ତି।

ଦ୍ଵିତୀୟ ରେ ପଇସା ଜମାକଲା ପରେ ବା ଉଠେଇଲା ପରେ ପାସ୍ ବହି ଅପ୍ ଟୁ ଡେଟ୍ କରିବା କଥା କିନ୍ତୁ ସେଇଟା ବି ହେଉନାହିଁ। ଏଥିପାଇଁ ଲୋକେ କାମ ଧନ୍ଦା ଛାଡ଼ି ଲୋକେ ଦୁଇ ତିନି ଦିନ ଧାଉଁଛନ୍ତି, ଆଉ ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। ତୃତୀୟରେ ବରିଷ୍ଠ ନାଗରିକ, ଯେଉଁମାନେ ସ୍ବତନ୍ତ୍ର ସେବା ପାଇବା କଥା, ସେବା ତ ଦୁରେ ଥାଉ ତାଙ୍କ କଥା ଶୁଣିବା ପାଇଁ ବି ବେଳେ ବେଳେ କର୍ମଚାରୀ ମାନେ ନାରାଜ ହୁଅନ୍ତି । ଚତୁର୍ଥରେ ଦିବ୍ୟାଙ୍ଗ,ବରିଷ୍ଠ ନାଗରିକ ଓ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ରହିବା କଥା କିନ୍ତୁ ତା ବି ନାହିଁ। ଯାହା ଫଳରେ ଗ୍ରାହକଙ୍କ ଅସନ୍ତୋଷ ବଢ଼ି ଚାଲିଛି। ଏହି ବ୍ୟାଙ୍କ୍ ଧୀରେ ଧୀରେ ଲୋକଙ୍କ ଆସ୍ଥା ହରାଉଛି । ତେବେ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉପରୋକ୍ତ ଅସୁବିଧା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ବରିଷ୍ଠ ନାଗରିକ ସଂଘ। ଏହି ଅଭିଯୋଗ କରିବା ସମୟରେ ସଂଘର ସମ୍ପାଦକ ଭୋଲାନାଥ ପ୍ରଧାନ, ହାରାଧନ ବାରିକ୍, ପଞ୍ଚାନନ ମେହେର, ଜପରାମ ବାରିକ୍, ଉପେନ୍ଦ୍ର ମିଶ୍ର, ବିରେନ୍ଦ୍ର ପ୍ରସାଦ ମିଶ୍ର, ଶିବ ଶଙ୍କର ମହାକୁର, ଦୁର୍ୟ୍ୟୋଧନ ପ୍ରଧାନ, ନିର୍ମଳ ଚନ୍ଦ୍ର ପ୍ରଧାନ, ପାନିବୁଡ଼ି ପ୍ରଧାନ, ତେଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories