www.samajalive.in
Thursday, December 11, 2025
23.1 C
Bhubaneswar

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ଷ୍ଟ୍ରବେରୀ ଫେସ ପ୍ୟାକ

ଫଳର ରାଣୀ ଭାବେ ପରିଚିତ ଷ୍ଟ୍ରବେରୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହେବା ସହ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଏହାକୁ ସ୍ୱାଦିଷ୍ଟ କରିବା ସହ ମୁହଁକୁ ସୁନ୍ଦର, କୋମଳ ଓ ଉଜ୍ୱଳ କରିଥାଏ। ଆସନ୍ତୁ ଜାଣିବା ଷ୍ଟ୍ରବେରୀ ଫେସ ପ୍ୟାକ ବିଷୟରେ ଯାହା ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ…..
ଷ୍ଟ୍ରବେରୀ ଫ୍ରେସ କ୍ରିମ ମାସ୍କ –
ପ୍ରଥମେ ଷ୍ଟ୍ରବେରୀ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଫ୍ରେଶ କ୍ରିମ, ଦହି, ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ ରଖନ୍ତୁ। ଏହାପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଏହା ମୁହଁର ବିଭିନ୍ନ ଦାଗ ଦୂର କରିବା ସହ ସୁନ୍ଦର ଓ ମୁହଁର ଚମକ ବୃଦ୍ଧି କରିଥାଏ।
ଷ୍ଟ୍ରବେରୀ ଫେସ ମାସ୍କ – ଷ୍ଟବେରୀର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଦିଅନ୍ତୁ। ୨୦ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁ ଉଜ୍ୱଳ ଓ ସୁନ୍ଦର ହୋଇଥାଏ।
ଷ୍ଟ୍ରବେରୀ ଓ ଚକୋଲେଟ ମାସ୍କ –
ଷ୍ଟ୍ରବେରୀ ପେଷ୍ଟରେ ମହୁ , କୋକୋ ପାଉଡ଼ର ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏପରି ସପ୍ତାହକୁ ୨ ଥର କରିବା ଦ୍ୱାରା ଆପଣଙ୍କ ମୁହଁରେ ହେଉଥିବା ପରିବର୍ତ୍ତନକୁ ନିଜେ ଅନୁଭବ କରିବେ।
ଷ୍ଟ୍ରବେରୀ ଓ ଲେମ୍ବୁ ମାସ୍କ –
ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ( ୪ଟି ) ଷ୍ଟ୍ରବେରୀ ପେଷ୍ଟରେ ଲେମ୍ବୁ ରସ (୧ ଚାମଚ) ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ମୁହଁର କଳାପଣକୁ ଦୂର କରିବା ସହ ମୁହଁକୁ ଗୋରା କରିଥାଏ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories