www.samajalive.in
Wednesday, December 10, 2025
18.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ ; ଜଣେ ପୁଲିସ ଶହୀଦ

ଶ୍ରୀନଗର : କଶ୍ମୀରର ବାରାମୁଲାରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ପୁଲିସ କର୍ମଚାରୀ ଶହୀଦ୍‍ ହୋଇଛନ୍ତି ବୋଲି ସୂଚନା ମିଳିଛି। ପୁଲିସ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର,ଗୋଳାବାରୁଦ ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି।
ଜମ୍ମୁ-କାଶ୍ମୀର ପୁଲିସ ଓ ୫୨ ଆରଆରର ଯବାନମାନେ ଆତଙ୍କବାଦୀକୁ ମୁହଁତୋଡ ଜବାବ ଦେଇଛନ୍ତି। ସୈନ୍ୟ ସତର୍କତା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିଥିଲେ। ଘଟଣା ବିଷୟରେ ବର୍ତ୍ତମାନ ସମୟର କୌଣସି ସୂଚନା ମିଳିପାରି ନାହିଁ।
ଏହାପୂର୍ବରୁ ମଙ୍ଗଳବାର ଆତଙ୍କବାଦୀମାନେ ଶ୍ରୀନଗରର ସୌରାର ଅଞ୍ଚାର ଅଞ୍ଚଳରେ ପୁଲିସକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଗୁଳିବର୍ଷଣରେ ପୁଲିସ କର୍ମଚାରୀ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ। ତାଙ୍କୁୂ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ପୁଲିସକର୍ମୀଙ୍କ ପରଲୋକ ହେବା ସହ ତାଙ୍କ ଝିଅଙ୍କ ଚିିକିତ୍ସା ଜାରି ରହିଛି ବୋଲି ସୂଚନା ମିଳିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories