www.samajalive.in
Monday, December 8, 2025
24.1 C
Bhubaneswar

ଖାଉଟିଙ୍କୁ ଆଶ୍ୱସ୍ତି ; କମିବ ଖାଇବା ତେଲ ଦର

ନୂଆଦିଲ୍ଲୀ : କିଛି ଦିନରେ ଦେଶରେ ମହଙ୍ଗା ମାଡ ମଧ୍ୟରେ ପେଟ୍ରୋଲ,ଡିଜେଲ ସହ ଖାଦ୍ୟ ତେଲର ଦର ବୃଦ୍ଧି ପାଇଛି। ଏହା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଏବେ ସାଧାରଣ ଜନତାଙ୍କୁ ଇନ୍ଧନର ମୂଲ୍ୟରେ ଲାଗୁ ହେଉଥିବା ଉତ୍ପାଦ ଶୁକ୍ଳରେ ହ୍ରାସ ପରେ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତିକର।
ଖାଦ୍ୟ ତେଲର ମୂଲ୍ୟକୁ ନେଇ ମଙ୍ଗଳବାର କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ୨୦ ଲକ୍ଷ ମେଟ୍ରିକ୍‍ ଟନ ସୋୟାବିନ୍‍ ତେଲ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ଓ କୃଷି ଭିତ୍ତିଭୂମି ସେସ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସୋୟାବିନ୍‍ ଓ ସୂର୍ଯ୍ୟମୁଖୀ ତୈଳର ଆମଦାନୀ ଉପରେ ଦୁଇବର୍ଷ ପାଇଁ ଲାଗୁ ହେବ। ଏହି ଦୁଇଟି ବର୍ଷ ହେଉଛି ୨୦୨୨-୨୩ ଓ ୨୦୨୩-୨୪। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ଖାଇବା ତେଲ ଦର କମିବା ସହ ତାହା ମୁଦ୍ରାସ୍ପୀତି ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେବ।
ସୂଚନା ଯୋଗ୍ୟ, ରୁଷ-ୟୁକ୍ରେନ ଯୁଦ୍ଧ ଫଳରେ ବିଶ୍ୱ ବଜାରରେ ସୂର୍ଯ୍ୟମୁଖୀ ତେଲର ଦର ବୃଦ୍ଧି ସହ ମାଲେସିଆର ରପ୍ତାନି କଟକଣା ଯୋଗୁଁ ପାମୋଲିନ ତେଲ ଦର ବୃଦ୍ଧି ପାଇଥିଲା।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories