www.samajalive.in
Tuesday, December 9, 2025
15.1 C
Bhubaneswar

କ୍ରୀଡ଼ାରୁ କର୍ମ ସଂସ୍ଥାନ ଓ ଆଦର୍ଶ ଗୃହିଣୀ – ରେଫରୀ ପ୍ରଜ୍ଞା ପାରମିତା

କଟକ: ରଗ୍‌ବୀ ଖେଳାଳିରୁ ମ୍ୟାଚ ପରିଚାଳିକା, ଏବେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀର ସୁରକ୍ଷାରେ ନିୟୋଜିତ । ଏଭଳି ଜଣେ ଜାତୀୟ ମହିଳା ରଗ୍‌ବୀ ଖେଳାଳି ହେଉଛନ୍ତି ପ୍ରଜ୍ଞା ପାରମିତା ଗରାବଡ଼ୁ। ଓଡ଼ିଶା ମହିଳା ରଗ୍‌ବୀର ଅନ୍ୟତମ ସଫଳ ଖେଳାଳି ପ୍ରଜ୍ଞା ପାରମିତା ଭାରତର ଏକମାତ୍ର ରଗ୍‌ବୀ ଲାଇନ୍ସ ୱିମେନ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟୀ ଦଳର ସଦସ୍ୟା ଥିବା ପ୍ରଜ୍ଞା ନିଜର କର୍ମଜଞ୍ଜାଳ ସଂସାର ମଧ୍ୟରେ ମ୍ୟାଚ ପରିଚାଳନାଠାରୁ ଦୂରେଇ ଯାଇନାହାନ୍ତି। ରଗ୍‌ବୀ ଖେଳାଳିରୁ ନିଯୁକ୍ତିରତ କର୍ମସଂସ୍ଥାରେ ଉତ୍ତମ କାର୍ୟ୍ୟ ସହ ଜଣେ ଆଦର୍ଶ ଗୃହିଣୀ ହୋଇ ପ୍ରଜ୍ଞା ପାରମିତା ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ଭୁବନେଶ୍ବରର କେଦାରନାଥ ଗରାବଡ଼ୁ ଓ ପ୍ରଭାସିନୀ ଗରାବଡ଼ୁଙ୍କ କନ୍ୟା ପ୍ରଜ୍ଞା ପାରମିତା ଗରାବଡୁ ରଗ୍‌ବୀକୁ ନିଜର ପ୍ରଥମ ପସନ୍ଦର ଖେଳ ଭାବେ ବାଛି ନେଇଥିଲେ। ୨୦୧୩ରୁ ୨୦୧୬ ପର୍ୟ୍ୟନ୍ତ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିଥିଲେ। ୨୦୧୫ରେ କେରଳରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ରଗ୍‌ବୀ ଦଳ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଉକ୍ତ ଦଳରେ ପ୍ରଜ୍ଞା ପ୍ରତିିନିଧିତ୍ବ କରିଥିଲେ। କେବଳ ରଗ୍‌ବୀ ଖେଳିବାରେ ନୁହେଁ ମ୍ୟାଚ ପରିଚାଳନାରେ ମଧ୍ୟ ପ୍ରଜ୍ଞାଙ୍କ ଦକ୍ଷତା ରହିଛି। ଭାରତର ଏକମାତ୍ର ତଥା ପ୍ରଥମ ମହିଳା ଭାବେ ପ୍ରଜ୍ଞା ରଗ୍‌ବୀ ଲାଇନ୍ସ ୱିମେନ୍‌ ସାଟିର୍ଫିକେଟ ହାସଲ କରିଛନ୍ତି।

- Advertisement -

ରଗ୍‌ବୀ ମ୍ୟାଚରେ ରେଫରୀଙ୍କ ସହିତ ଲାଇନ୍ସ ୱିମେନ୍‌ ଦାୟିତ୍ବ ତୁଲାଇଥାନ୍ତି ପ୍ରଜ୍ଞା। ଓଡ଼ିଶା ଶିଳ୍ପ ନିରାପର୍ତ୍ତା ବାହିନୀରେ ନିଯୁକ୍ତିରତ ଥିବା ପ୍ରଜ୍ଞା କୁହନ୍ତି, ଖେଳ ହେଉଛି ଆମର ଜୀବନ। ଖେଳକୁ କ୍ୟାରିୟର କରିବା ପୂର୍ବରୁ ନିଜ ଭିତରେ ମନୋବଳ ଉଚ୍ଚ ରଖିବା ଆବଶ୍ୟକ। ଓଆଇଏସ୍‌ଏଫରେ ଏବେ ଭୁବନେଶ୍ବରରେ କାର୍ୟ୍ୟ କରୁଛି। ବାପା, ମା ଙ୍କ ସହିତ ବିବାହ ପରେ ଶାଶୁ, ଶଶୁର ଓ ସ୍ବାମୀ ସୁଶାନ୍ତ କୁମାର ପାତ୍ରଙ୍କ ପକ୍ଷରୁ ଆଗକୁ ବଢିବା ନେଇ ସହଯୋଗ ମିଳିଛି। ଉକ୍ତ ସହଯୋଗ ପାଇଁ ଆଜି ଏ ସ୍ଥାନରେ ପହଞ୍ଚିପାରିଛି। ଅବକାରୀ ବିଭାଗରେ କାର୍ୟ୍ୟରତ ସ୍ବାମୀ ଜଣେ ଭାରୋତ୍ତୋଳକ କ୍ରୀଡ଼ାବିତ୍‌ ହୋଇଥିବାରୁ ମୋତେ କ୍ରୀଡ଼ାରେ ଆଗକୁ ବଢିବା ନେଇ ଅଧିକ ସହଯୋଗ ମିଳିଥିଲା ବୋଲି ପ୍ରଜ୍ଞା କହିଛନ୍ତି। କରୋନା ମହାମାରୀ ସତ୍ତ୍ବେ ନିଜକୁ କର୍ମସଂସ୍ଥାନଠାରୁ ଦୂରରେ ରଖିନଥିଲି। ଏବେ ଦେଢ ବର୍ଷର ଛୋଟ ପୁଅ ଥିବାରୁ କରୋନା ପାଇଁ କର୍ମସଂସ୍ଥାନରୁ କିଛିଦିନ ହେବ ଛୁଟି ମିଳିଛି। ରଗ୍‌ବୀ କ୍ରୀଡ଼ା ଏବେ ଓଡ଼ିଶାରେ ଲୋକପ୍ରିୟତା ହେବାରେ ଲାଗିଛି। ବିଶେଷ କରି ମହିଳାମାନେ ଅଧିକ ସଫଳତା ହାସଲ କରୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନିଯୁକ୍ତି ମିଳିଲେ ଖେଳ ପ୍ରତି ଅଧିକ ଉତ୍ସାହ ସୃଷ୍ଟି ହେବ ବୋଲି ପ୍ରଜ୍ଞା କହିଛନ୍ତି। କରୋନା ମହାମାରୀ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି। ଏଥିରୁ କ୍ରୀଡ଼ା ବାଦ୍‌ ପଡ଼ିନାହିଁ। କ୍ରୀଡ଼ାବିତ୍‌ମାନେ କରୋନା ମହାମାରୀକୁ ଭୟ ନକରି ଲଢିବା ନେଇ ମନୋବଳ ଦୃଢ କରନ୍ତୁ ବୋଲି ପ୍ରଜ୍ଞା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories