www.samajalive.in
Monday, December 8, 2025
17.1 C
Bhubaneswar

କରୋନା ତାଲାବନ୍ଦ – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ

ସଙ୍ଗରୋଧ କେନ୍ଦ୍ର ସହ ଜଡ଼ିତ ଲୋକଙ୍କୁ ବୀମାଭୁକ୍ତ କରାଯାଉ
କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଯୋଦ୍ଧାମାନଙ୍କୁ ସମସ୍ତ ପ୍ରକାରର ସହାୟତା, ବୀମା ରାଶି ଘୋଷଣା କରିଛନ୍ତି। ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମଜୀବୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି। ସେହି କେନ୍ଦ୍ରଗୁଡ଼ିକ ପରିଚାଳନା ଦାୟିତ୍ୱରେ ଥିବା ସରପଞ୍ଚ, ୱାର୍ଡସଭ୍ୟ, ପଞ୍ଚାୟତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଆଦି ଅନ୍ତେବାସୀମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଫଳରେ ସେମାନଙ୍କୁ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ସଙ୍ଗରୋଧ କେନ୍ଦ୍ର ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ବୀମା ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ସହୃଦୟତାର ସହ ବିବେଚନା କରିବାକୁ ନିବେଦନ।
ରବି ରାଉତ, ବାହାଳ, ବାଲେଶ୍ୱର

ପାଇପାରିଲୁ ନାହିଁ ଅଗ୍ରିମ ଭତ୍ତା
କରୋନା ପାଇଁ ଅଗ୍ରୀମ ୪ ମାସର ବାର୍ଦ୍ଧକ୍ୟ ଭତ୍ତା ଘରକୁ ଘର ଯାଇ ଦିଆଯିବ ବୋଲି ଖବରକାଗଜରୁ ଜାଣିବାକୁ ପାଇଥିଲୁ। ମାତ୍ର ଏଯାଏ ମୁଁ ଓ ପତ୍ନୀ ପ୍ରମୋଦା ପଟ୍ଟନାୟକ ଦୁଇ ଜଣ କୌଣସି ଭତ୍ତା ପାଇପାରିଲୁ ନାହିଁ। ଏବେ ଶୁଣିଲା ବେଳକୁ ଭତ୍ତା ଦିଆଯାଇ ସରିଲାଣି, ପୁଣି ଅଗଷ୍ଟ ମାସରେ ଦିଆଯିବ। ହେଲେ ଅଗ୍ରୀମ ଭତ୍ତା କେଉଁଠି ଦିଆଗଲା ଓ କେବେ ଦିଆଗଲା ସେନେଇ କୌଣସି ସୂଚନା ଆମେ ପାଇପାରିନଥିଲୁ। ତାଲାବନ୍ଦ ସମୟରେ ଭତ୍ତା ନପାଇ ବହୁତ ଆର୍ଥିକ ସଙ୍କଟରେ ରହିଛୁ। ରାଉରକେଲା ମ୍ୟୁନିସିପାଲ କର୍ପୋରେସନ ଆମ ଅସୁବିଧାକୁ ହୃଦୟଙ୍ଗମ କରି ଭତ୍ତା ପ୍ରଦାନ କରାଇଲେ ଉପକୃତ ହୁଅନ୍ତୁ।
ଗୋରାଚାନ୍ଦ ପଟ୍ଟନାୟକ, ବାସନ୍ତି କଲୋନି, ରାଉରକେଲା

- Advertisement -

ରେସନକାର୍ଡଧାରୀଙ୍କୁ ମିଳୁନି ଚାଉଳ, ଡାଲି
କେନ୍ଦ୍ର ସରକାର ରାସନକାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫ କିଲୋ ଚାଉଳ କିମ୍ବା ଗହମ, ଏକ କିଲୋ ଡାଲି ତିନି ମାସ ପାଇଁ ଏକକାଳୀନ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ବୋଲି କିଛି ଦିନ ହେବ ଶୁଣିଆସୁଛୁ। ମାତ୍ର କଟକ ସହରରେ ଏପର୍ୟ୍ୟନ୍ତ ଏହା ଯୋଗାଇ ଦିଆଯାଇନାହିଁ। ଡିଲରମାନଙ୍କଠାରୁ ମଧ୍ୟ କିଛି ଜଣାଯାଉନାହିଁ। ଡିଲରମାନେ ଯେପରି ବ୍ୟବହାର କରୁଛନ୍ତି ସତେଯେମିତି ସେମାନେ ଲୋକଙ୍କୁ ଦୟା ଦେଖାଉଛନ୍ତି। ତେଣୁ ସରକାର ଶୀଘ୍ର ରାସନକାର୍ଡଧାରୀଙ୍କୁ ଏସବୁ ସାମଗ୍ରୀ ଯୋଗାଇ ଦେବା ସହିତ ଡିଲରମାନେ ଠିକ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତୁ।
ସ୍ନେହାଶିଷ ସିହ୍ନା, ଶେଖବଜାର, କଟକ

ଘରୋଇ କମ୍ପାନି କର୍ମଚାରୀଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ
ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ବଞ୍ଚିବା କଷ୍ଟ ହୋଇଗଲାଣି। ବେସରକାରୀ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନେ ସେମାନଙ୍କ ସଂସ୍ଥା ପକ୍ଷରୁ ପ୍ରାପ୍ୟ ନ ପାଇ ବହୁତ ଅସୁବିଧାରେ ପଡ଼ିଲେଣି। ବିଶେଷ କରି ଭୁବନେଶ୍ୱରରେ କାମ କରୁଥିବା ଘରୋଇ କମ୍ପାନିଗୁଡ଼ିକର କର୍ମଚାରୀମାନେ ବହୁ ଦୁର୍ଦଶା ମଧ୍ୟରେ ଗତି କରୁଛନ୍ତି। ତେଣୁ ସରକାର ଏବଂ ଘରୋଇ କମ୍ପାନିର ମାଲିକମାନେ ଏଭଳି କର୍ମଚାରୀଙ୍କ ପ୍ରତି ଦୃଷ୍ଟି ଦେଲେ ଭଲ ହୁଅନ୍ତା।
ବିଷ୍ଣୁପ୍ରସାଦ ରାଉତ, ନାଚୁଣି, ଚିଲିକା ବ୍ଲକ, ଖୋର୍ଦ୍ଧା

ସାମାଜିକ ସଂଗଠନକୁ ସଚେତନତା ଦାୟିତ୍ୱ ଦିଆଯାଉ
କରୋନା ମୁକାବିଲା ପାଇଁ ଗ୍ରାମାଞ୍ଚଳରେ କାର୍ୟ୍ୟ କରୁଥିବା ସମାଜସେବୀ ସଂଗଠନ, ଯୁବକ ସଂଘ, କ୍ଲବଗୁଡ଼ିକୁ ସଚେତନତା ଦାୟିତ୍ୱ ଦିଆଯାଉ। ସ୍ୱେଚ୍ଛାକୃତ ଭାବେ ଏମାନେ ଅନେକ କାର୍ୟ୍ୟ କରୁଥିଲେ ମଧ୍ୟ ସରକାରୀ ଭାବେ ବ୍ଲକ ଅଧିକାରୀମାନେ ଏହି ସଂଗଠନମାନଙ୍କୁ ଅପେକ୍ଷାକୃତ ଅଧିକ ଦାୟିତ୍ୱ ପ୍ରଦାନ କରିବାକୁ ଅନୁରୋଧ। ସଚେତନତା ସୃଷ୍ଟି ସହିତ ମାସ୍କ, ଶୁଖିଲା ଖାଦ୍ୟ ବଣ୍ଟନ ସହିତ କ୍ୱାରେଣ୍ଟାଇନ୍‍ ସେଣ୍ଟରର ଦାୟିତ୍ୱ ଦେଇ ପ୍ରଶାସନ ସହଯୋଗ କରିବା ପାଇଁ ସୁଯୋଗ ଦିଆଯାଉ।
ଭାଗୀରଥି ଦାଶ, ବୋଲଗଡ଼, ଖୋର୍ଦ୍ଧା

କରୋନାରୁ ରକ୍ଷା ପାଇଁ ଯଥେଷ୍ଟ ସଚେତନତା ଲୋଡ଼ା
ସାରା ଦେଶରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା କରାଯିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଗ୍ରାମାଞ୍ଚଳରେ ସାଧାରଣତଃ ଅଧିକ ଅଜ୍ଞଲୋକ ବାସ କରୁଥିବାରୁ ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସେମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ନହେଲେ ପରିସ୍ଥିତି ଅଣାୟତ୍ତ ହୋଇପାରେ।
ଶରତ କୁମାର ବେହେରା, କମାରପାଳ, ଔପଦା, ବାଲେଶ୍ୱର

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories