www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ବତନ୍ତ୍ର ଟ୍ରେନ ଚଳାଚଳ ପୁରୀ ଯାଏ ବଢ଼ିବ, କିଛି ​‌ଷ୍ଟେସନ୍‌ରେ ଅତିରିକ୍ତ ରହଣି ସୁବିଧା

ଭୁବନେଶ୍ବର: ସ୍ବତନ୍ତ୍ର ଟ୍ରେନର ଚଳାଚଳରେ ବୃଦ୍ଧି ଏବଂ କିଛି ​‌ଷ୍ଟେସନ୍‌ରେ ଏହାର ଅତିରିକ୍ତ ରହଣି ସୁବିଧା କ୍ଷେତ୍ରରେ ରେଳବାଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି।​‌ ଏହି ଅନୁଯାୟୀ, ଆସନ୍ତା ସପ୍ତାହରୁ ​‌​‌କେ​‌​‌ତେକ ସ୍ବତନ୍ତ୍ର ଟ୍ରେନର ଚଳାଚଳକୁ ପୁରୀ ଯାଏ ବୃଦ୍ଧି କରାଯାଇଛି। ଏହାଛଡା ପହିଲାଠାରୁ କେତେକ ​‌ଷ୍ଟେସନ୍‌ରେ ଏହାର ଅତିରିକ୍ତ ରହଣି ସୁବିଧା ମଧ୍ୟ କରାଯାଇଛି। ଏଥି​‌ରେ ୦୧୦୧୯/୦୧୦୨୦ ମୁମ୍ବଇ-ଭୁବନେଶ୍ବର-ମୁମ୍ବଇ ସ୍ବତନ୍ତ୍ର ​କୋଣାର୍କ ଏକ୍ସପ୍ରେସ ଉଭୟ ଦିଗରୁ ପହିଲାରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରଠାରେ ରହଣି କରିବ। ସିକନ୍ଦରାବାଦ-ହାୱଡା-ସିକନ୍ଦରାବାଦ ଫଲକନାମା ୦୨୭୦୪/୦୨୭୦୩ ସ୍ବତନ୍ତ୍ର ଟ୍ରେନ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରଠାରେ ରହିବ । ୦୨୫୧୦/୦୨୫୦୯ ଗୌହାଟି -​‌​‌ବେଙ୍ଗାଲୁରୁ-ଗୌହାଟି (ସପ୍ତାହକୁ ତିନି ଥର) ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରଠାରେ ଏବଂ ୦୨୬୬୩/୦୨୬୬୪ ହାଓଡା-ତିରିଚିରାପଲ୍ଲୀ-ହାୱଡା (ସପ୍ତାହକୁ ଦୁଇଥର) ବ୍ରହ୍ମପୁରଠାରେ ରହଣି କରିବ। ଖୋର୍ଦ୍ଧାରୋଡ-ଅହମ୍ମଦାବାଦ- ଖୋର୍ଦ୍ଧାରୋଡ ୦୨୮୪୩/୦୨୮୪୪ ସ୍ବତନ୍ତ୍ର ଟ୍ରେନ ଉଭୟ ଦିଗରୁ କାଳୁପଡାଘାଟ, ବାଲୁଗାଁ,ଖଲ୍ଲିକୋଟ, ଛତ୍ରପୁର ଏବଂ ବ୍ରହ୍ମପୁରଠାରେ ଅତିରିକ୍ତ ରହଣି କରିବ। ସେହିଭଳି ଭୁବନେଶ୍ବର-ଅହମ୍ମଦାବାଦ-ଭୁବନେଶ୍ବର ଭାୟା ସମ୍ବଲପୁର ୦୨୮୪୩/୦୨୮୪୪ ସ୍ବତନ୍ତ୍ର ଟ୍ରେନ ଉଭୟ ଦିଗରୁ ବଡପାଲ୍ଲି,ବଡମାଳ, ହରଶଙ୍କରରୋଡ ଏବଂ ନୂଆପଡାଠାରେ ଅତିରିକ୍ତ ରହଣି କରିବ। ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ସ୍ପେଶାଲ, ଭୁବନେଶ୍ବର-ସିଆଲଦା-ଭୁବନେଶ୍ବର ଦୂରନ୍ତୋ ସ୍ପେଶାଲ, ଭୁବନେଶ୍ବର-ଦୁର୍ଗ-ଭୁବନେଶ୍ବର ସ୍ପେଶାଲ, ଖୋର୍ଦ୍ଧାରୋଡ-ଅହମ୍ମଦାବାଦ-ଖୋର୍ଦ୍ଧାରୋଡ ଏବଂ ଭୁବନେଶ୍ବର-ଅହମ୍ମଦାବାଦ- ଭୁବନେଶ୍ବର ସ୍ପେଶାଲ, ଖୋର୍ଦ୍ଧାରୋଡ- ଓଖା- ଖୋର୍ଦ୍ଧାରୋଡ ଏବଂ ଖୋର୍ଦ୍ଧାରୋଡ – ଗାନ୍ଧୀଧାମ୍‌- ଖୋର୍ଦ୍ଧାରୋଡ ଆଦି ସ୍ବତନ୍ତ୍ର ଟ୍ରେନର ଚଳାଚଳ ପୁରୀ ଯାଏ ବୃଦ୍ଧି କରାଯାଇଛି।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories