ନିଆରା ଢଙ୍ଗରେ ବିବାହ ବାର୍ଷିକି ପାଳିଲେ ଦମ୍ପତ୍ତି – ୩୧ତମ ବିବାହ ବାର୍ଷିକୀ ଅବସରରେ ମ଼ତ୍ୟୁପରେ ଶରୀରଦାନ ପାଇଁ ଦେଲେ ଇଚ୍ଛାପତ୍ର

ସମ୍ବଲପୁର, – ସମ୍ବଲପୁର ଧନୁପାଲି ସ୍ଥିତ ଗୋପାଳ ବିହାର ସ୍ଥିତ ଅରୁଣ କୁମାର ମିଶ୍ର ଓ ସହଧର୍ମିଣୀ ସଂଯୁକ୍ତା ମିଶ୍ର ଗୁରୁବାର ଦିନ ସେମାନଙ୍କର ୩୧ତମ ବିବାହ ବାର୍ଷିକୀ ଅବସରରେ ମୃତ୍ୟୁ ଉପରାନ୍ତରେ ଶରୀର ଦାନ ପାଇଁ ଇଚ୍ଛାପତ୍ର ଦସ୍ତଖତ କରିଛନ୍ତି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉର୍ତ୍ସଗ ମାଧ୍ୟମରେ ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଶରୀର ଦାନ ପାଇଁ ମିଶ୍ର ଦମ୍ପତ୍ତି ଆଇନଗତ ଇଚ୍ଛାପତ୍ର ଦସ୍ତଖତ କରିଛନ୍ତି ।

ସେମାନେ ନିଜସ୍ୱ ବାସଭବନ ଠାରେ ସଂଯୋଜକ ପ୍ରଶାନ୍ତ ପାଟ୍ଟଯୋଶୀ, ଡ. ବିଜୟ କୁମାର ପ୍ରଧାନ, ରୁଦ୍ରନାରାୟଣ ମିଶ୍ର, ରୂପେଶ ପଟେଲ, ସୁଶାନ୍ତ ଦାଶ, ଆଇନ ପରାମର୍ଶଦାତା ଲକ୍ଷ୍ମଣ ପାଣିଗ୍ରାହୀ ଓ ଏକ ମାତ୍ର ପୁତ୍ର ସୌରଭ ମିଶ୍ରଙ୍କ ଉପସ୍ଥିତିରେ ଏହି ଇଚ୍ଛାପତ୍ର ଉର୍ତ୍ସଗକୁ ହସ୍ତାନ୍ତରିତ କରିଛନ୍ତି । ଉଭୟ ଦମ୍ପତ୍ତି ସରକାରୀ ଚାକିରୀରେ କାର୍ଯ୍ୟରତ ଥାଇ ମଧ୍ୟ ସମୟ ବାହାର କରି ଜନଶିକ୍ଷା କାର୍ଯ୍ୟକ୍ରମ, କୋଭିଡ ନିୟମ ପାଳନ, ରକ୍ତଦାନ, ଶରୀରଦାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ସେମାନଙ୍କର ଏହି ମାନବୀୟ କାର୍ଯ୍ୟ ପାଇଁ ଉତ୍ସର୍ଗ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Comments are closed.