www.samajalive.in
Tuesday, December 9, 2025
17.1 C
Bhubaneswar

୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଆରମ୍ଭ କଲା ପ୍ରସ୍ତୁତି: ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲେ ସୋନିଆ

ଚଳିତ ବର୍ଷ ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଅଧ୍ୟ୪ା ସୋନିଆ ଗାନ୍ଧୀ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ନିର୍ବାଚନ ପରିଚାଳନା, ସମନ୍ବୟ ରକ୍ଷା ନିମନ୍ତେ ରୂପେଶ ବାଘେଲ, ମୁକୁଲ ୱାସନିକ, ଅଶୋକ ଗେହଲଟ, ବି.କେ.ହରିପ୍ରସାଦ ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ଏହି ନେତାମାନେ ଚଳିତ ବର୍ଷ ହେବାକୁଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ରଣନୀତି ପ୍ରସ୍ତୁତିରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବେ ।

ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ବିଧାନସଭା ନିର୍ବାଚନ ହେବ। ସୋନିଆ ଗାନ୍ଧୀଙ୍କ ଦ୍ବାରା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିବା ନେତାମାନେ ଏହି ବିଧାନସଭା ନିର୍ବାଚନରେ  ପ୍ରଚାର ପରିଚାଳନା ସହ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

- Advertisement -

ଆସାମ ବିଧାନସଭା ନିର୍ବାଚନ ପାଇଁ ଭୁପେଶ ବାଘେଲ, ମୁକୁଲ ୱାସନିକ ଏବଂ ଶକିଲ ଅହମ୍ମଦ ଖାନଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ କେରଳ ନିମନ୍ତେ  ​​ଅଶୋକ ଗେହଲୋଟ, ଲୁଇଜିନୋ ଫେଲେିରୋ ଏବଂ ଜି ପରମେଶ୍ୱରଙ୍କୁ ଦାୟିତ୍ବ ଦିଆଯାଇଛି । ପଶ୍ଚିମବଙ୍ଗ ନିର୍ବାଚନ ନିମନ୍ତେ  ବରିଷ୍ଠ ନେତା ବି.କେ ହରି ପ୍ରସାଦ ଏବଂ ପଞ୍ଜାବ ସରକାରଙ୍କ  ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ଏବଂ ଝାଡ଼ଖଣ୍ଡ ସରକାରର  ମନ୍ତ୍ରୀ ଆଲାମଗିର ଆଲାମଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ କରାଯାଇଛି।

ଅନ୍ୟପକ୍ଷରେ ତାମିଲନାଡ଼ୁ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ନିମନ୍ତେ ବରିଷ୍ଠ ନେତା ଏମ.ବିରାପ୍ପା ମୋଇଲି, ଏମ.ଏମ.ପାଲାମ ରାଜୁ ଓ ନୀତିନ ରାଉତଭ୍କୁ ନିଯୁକ୍ତି ଦିଆଯାଇଛି । ଏହା ସହ ଆହୁରି କିଛି ନେତାଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ନିଯୁକ୍ତି ଦିଆଯିବାର ସମ୍ଭାବନା ଥିବା ସୂଚନା ମିଳିଛି । ଏହି ନେତାମାନେ ଗାନ୍ଧୀ ପରିବାରର ନିର୍ଦେଶରେ ନିର୍ବାଚନ ପରିଚାଳନା କରିବେ ବୋଲି ସୂଚନା ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories