www.samajalive.in
Tuesday, December 9, 2025
16.1 C
Bhubaneswar

ଫାଶରେ ପଡ଼ିଲା ବାଂଲାଦେଶୀ ପେଚା!, କିଣି ଆଣି ଉଡ଼ାଇ ଦେଲେ ପକ୍ଷୀପ୍ରେମୀ ମନୋରଞ୍ଜନ

ନୀଳଗିରି: ଜାଲ ଫାଶରେ ଛନ୍ଦି ହୋଇ ପଡ଼ିଥିବା ଏକ ବିରଳ ବାଂଲାଦେଶୀ ପେଚାକୁ ଜଣେ ପକ୍ଷୀପ୍ରେମୀ କିଣି ଆଣି ସୁସ୍ଥ କରିବା ପରେ ମୁକ୍ତ ଆକାଶରେ ଉଡ଼ାଇ ଦେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।

ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ ଅଧୀନ ଅଶୋକନାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଜାଲ ଫାଶରେ ଲାଗି ଯାଇଥିଲା ଏକ ବିରଳ ପେଚା ବା ବ୍ରାଉନ ଉଡ଼ ଆଉଲ। ଉକ୍ତ ଗାଁଟି ସ୍ଥାନୀୟ କୁଲଡିହା ଅଭୟାରଣ୍ୟର ପାଦଦେଶରେ ଅନ୍ତର୍ଭୁକ୍ତ। ଏହି ପକ୍ଷୀଟି କୁଲଡିହା ଜଙ୍ଗଲ ପରିଭ୍ରମଣରେ ଆସି ଜାଲ ଫାଶରେ ଲାଖି ଯାଇଥିଲା। ପକ୍ଷୀପ୍ରେମୀ କୁହାଯାଉଥିବା ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ମନୋରଞ୍ଜନ ଦାସ ଏ ସମ୍ପର୍କରେ ତାଙ୍କ ଡ୍ରାଇଭର ବାବୁଲି ମହାକୁଡ଼ଙ୍କଠାରୁ ଖବରପାଇ ସେହି ଗାଁରେ ପହଞ୍ଚି ଉକ୍ତ ବିରଳ ପକ୍ଷୀଟିକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଜାଲରେ ଲାଗି ଯାଇଥିବାରୁ ପକ୍ଷୀଟିର ଗୋଡ଼ ଓ ଡ଼େଣାରେ ଆଘାତ ହୋଇଥିଲା। ଉକ୍ତ ପକ୍ଷୀକୁ ସେ ୫ଶହ ଟଙ୍କାରେ କିଣି ଆଣିଥିଲେ। ତାକୁ ସୁସ୍ଥ କରିବା ପରେ ବୁଧବାର ତାକୁ ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲରେ ସେ ଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। ତେବେ ସମ୍ପୃକ୍ତ ପକ୍ଷୀପ୍ରେମୀ ଶ୍ରୀ ଦାସଙ୍କ ଏତାଦୃଶ୍ୟ ବଦାନ୍ୟତାକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି ଜାତିର ପେଚା ସାଧାରଣତଃ ବାଂଲାଦେଶ, ହିମାଳୟ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ତାଇୱାନ, ଚୀନ ପ୍ରଭୃତି ଅଞ୍ଚଳରେ ବହୁଳମାତ୍ରାରେ ଦେଖା ଯାଆନ୍ତି। ଏମାନେ ଛୋଟ ଛୋଟ ଚଢ଼େଇ, ଝିଟପିଟି, ବେଙ୍ଗ ପ୍ରଭୃତିକୁ ଖାଦ୍ୟ ଭାବରେ ଭକ୍ଷଣ କରିଥାନ୍ତି। ଉଦ୍ଧାର ହୋଇଥିବା ଏହି ପେଚାଟିର ଓଜନ ୪କିଲୋରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories