www.samajalive.in
Monday, December 8, 2025
17.1 C
Bhubaneswar

ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପର ସମୀକ୍ଷା ବୈଠକ:ହିତାଧିକାରୀଙ୍କ ମନୋନୟନ ଓ ପ୍ରୋତ୍ସାହନ ଦେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: କୃଷି ପୋଖରୀ ଖନନକୁ ପ୍ରାଥମିକତା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମୃତ୍ତିକା ସଂରକ୍ଷଣ ଓ ଉପଲବ୍ଧ ଜଳରାଶିର ସୁବିନିଯୋଗ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଫାର୍ମପଣ୍ଡ (କୃଷି ପୋଖରୀ) ଯୋଜନା କୃଷି ସହିତ ଆନୁଷଙ୍ଗିକକ୍ଷେତ୍ରରେ ଆୟବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରୁଥିବାରୁ ରାଜ୍ୟ ସରକାର ଫାର୍ମପଣ୍ଡ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ କରି ହିତାଧିକାରୀ ମନୋନୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଏବଂ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପରାମର୍ଶ ଦେଇଛନ୍ତି ।


କୃଷି ଭବନଠାରେ ବୁଧବାର ୩୦ଟି ଜିଲାର ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦେଶକଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦେଶକମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଫାର୍ମପଣ୍ଡର ଧାର୍ୟ୍ୟ ଲକ୍ଷ୍ୟ ପୂରଣ କରିବା ନିମନ୍ତେ କହିଛନ୍ତି । ସେହିପରି ଚଳିତ ବର୍ଷ ନିମନ୍ତେ ବିଭିନ୍ନ ଯୋଜନାରେ ମିଳିଥିବା ଆର୍ଥିକ ଅନୁଦାନକୁ ସଂପୂର୍ଣ୍ଣ ବିନିଯୋଗ କରି କୃଷକଙ୍କ ଆୟବୃଦ୍ଧି କରିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀ ଓ ସଫଳ ହିତାଧିକାରୀମାନଙ୍କୁ ନୂତନ ଜ୍ଞାନକୌଶଳ ଓ ପଦ୍ଧତି ଜାଣିବା ନିମନ୍ତେ ଅନ୍ୟ ରାଜ୍ୟକୁ ପରିଦର୍ଶନରେ ପଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥିସହ ଅଧିକାରୀମାନେ ଭର୍ମିକମ୍ପୋଷ୍ଟ ଓ ବାୟୋଫର୍ଟିଲାଇଜର ସଠିକ ଯୋଗାଣ ଓ ଏହାର ମାନ ପରୀକ୍ଷଣ ଉପରେ ସର୍ବଦା ଗୁରୁତ୍ୱ ଦିଅନ୍ତୁ। ଫାର୍ମପଣ୍ଡ ଓ ଚେକ୍‌ଡ୍ୟାମ୍‌ କରୁଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପମ୍ପସେଟ୍‌, ସ୍ପ୍ରେୟର, ସୌର ଜଳନିଧି ଆଦି ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଥିବାରୁ ହିତାଧିକାରୀମାନେ ଏହାର ଲାଭ ଉଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଜଳ ସୁପରିଚାଳନା ଓ ସୁବିନିଯୋଗ ଦିଗରେ ଅଧିକାରୀମାନେ ଅନ୍ୟ ସଂପୃକ୍ତ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖି କାର୍ୟ୍ୟ କରିବାକୁ କହିଥିଲେ। ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଟୋଲ୍‌ ଫ୍ରି ମୋବାଇଲ୍‌ ସୂଚନା ଆପ୍‌ ‘ଆମ କୃଷି’ କୃଷକମାନଙ୍କର ସମସ୍ୟା ସମାଧାନ ଦିଗରେ ସହାୟକ ହୋଇପାରିଛି। ଏଥିସହ ଗ୍ରାମପଞ୍ଚାୟତ ଓ ବ୍ଲକ୍‌ସ୍ତରରେ ଅନୁଷ୍ଠିତ ସାପ୍ତାହିକ ଓ ପାକ୍ଷିକ ବୈଠକରେ ଅଧିକାରୀମାନେ ନିୟମିତ ଯୋଗଦେଇ କ୍ଷେତ୍ରସ୍ତରରେ ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନକୃଷିର ନିର୍ଦେଶକ ରୋହିତ କୁମାର ଲେଙ୍କା, ଫଳ ଓ ପନିପରିବା ଏବଂ ଅର୍ଥକରୀ ଫସଲ ଚାଷ ଓ ସମନ୍ୱିତ କୃଷି କାର୍ୟ୍ୟ ଦିଗରେ ଜଳଛାୟା ଉନ୍ନୟନ ବିଶେଷ ଲାଭଦାୟକ ହୋଇପାରିବ ବୋଲି କହିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ନିର୍ଦେଶକ ହେମନ୍ତ କୁମାର ପଣ୍ଡା ଆଲୋଚନା କରିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories