www.samajalive.in
Tuesday, December 9, 2025
19.1 C
Bhubaneswar

କଂଗ୍ରେସ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେବେନି ସୋନିଆ, ରାହୁଲ; ରାତିରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ କିଏ ହେବ, ଦଳର ନେତା ଓ କର୍ମୀମାନେ କାହାକୁ ମୁଖିଆ ବାଛିବେ, ସେଥିରେ ହସ୍ତକ୍ଷେପ କରିବେନି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ଖୋଦ ସୋନିଆ ଗାନ୍ଧୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କଂଗ୍ରେସର ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଏବଂ ଦଳର ବିଭିନ୍ନ ପଦପଦବୀରେ ରହିଥିବା ନେତାମାନେ ଆଲୋଚନା କରି ଦଳର ପରବର୍ତ୍ତୀ ଅଧ୍ୟକ୍ଷ ବାଛିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। କଂଗ୍ରେସର କାର୍ଯ୍ୟକାରିଣୀ କମିଟିକୁ ୫ଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି। ଏହି ଗୋଷ୍ଠୀ ନିଜ ଅଧୀନରେ ଥିବା ୫ଟି ଲେଖାଏ ଜୋନ୍‌ର ନେତାମାନଙ୍କ ସହ ଆଲୋଚନା କରିବେ। ସମସ୍ତଙ୍କ ମତାମତ ଉପରେ ବିଚାରବିମର୍ଶ କରାଯାଇ ଦଳର ନେତା ବଛାଯିବ। ଶନିବାର ସନ୍ଧ୍ୟାରେ ପୁଣି ଥରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସର ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇପାରେ।

ତେବେ ୫ଟି ଗୋଷ୍ଠୀ ମଧ୍ୟରୁ ପୂର୍ବାଞ୍ଚଳ ଗୋଷ୍ଠୀରେ ସୋନିଆଙ୍କ ନାମ ରହିଥିଲା ବେଳେ ରାହୁଲଙ୍କ ନାମ ପଶ୍ଚିମାଞ୍ଚଳ, ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଉତ୍ତରାଞ୍ଚଳ, ମନମୋହନ ସିଂହଙ୍କ ନାମ ଦକ୍ଷିଣ ଏବଂ ଅମ୍ବିକା ସୋନିଙ୍କ ନାମ ଉତ୍ତର-ପୂର୍ବାଞ୍ଚଳ ଗୋଷ୍ଠୀରେ ରହିଥିଲା। କିନ୍ତୁ ସୋନିଆ ଏବଂ ରାହୁଲ କୌଣସି ଗୋଷ୍ଠୀରେ ରହିବେ ନାହିଁ କି ଅଧ୍ୟକ୍ଷ ଚୟନରେ ଭାଗ ନେବେନାହିଁ ବୋଲି ନିଷ୍ପତ୍ତି ନେଇ ଓହରି ଯାଇଛନ୍ତି। କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କୁ ପୁଣି ଥରେ ତାଙ୍କ ନିଷ୍ପତ୍ତିର ସମୀକ୍ଷା କରି ପୁନର୍ବିଚାର କରିବାକୁ ଦଳର ନେତାମାନେ ଅନୁରୋଧ କରିଥିଲେ। କିନ୍ତୁ ରାହୁଲ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories