ସାରନଗରୀ: ଗର୍ଜନ ଗ୍ରାମପଞ୍ଚାୟତରେ ଜଣେ ଗ୍ରାମବାସୀଙ୍କ ଘରୁ ରବିବାର ଏକ ନାଗସାପ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ସଂଜିତ ରଣାଙ୍କ ଘରେ ଏକ ବିଷଧର ନାଗସାପ ସକାଳ ପ୍ରାୟ ସାଢେ ଦଶଟା ସମୟରେ ପଶି ଯାଇଥିଲା। ପରିବାରବର୍ଗ ବହୁ ଚେଷ୍ଟା କରି ସାପଟିକୁ ଘରୁ ବାହାର କରିବାକୁ ବିଫଳ ହୋଇଥିଲେ। ଏହା ପରେ ସାପ ଧରାଳୀ ଦେବାନନ୍ଦ ବେହରାଙ୍କୁ ଫୋନ ଯୋଗେ ସୂଚନା ଦିଆ ଯାଇଥିଲା। ଏହାପରେ ସ୍ନେକ କ୍ୟାଚର ଟିମ ଘଟଣାସ୍ଥଳରେ ପହଂଚି ପ୍ରାୟ ୩ ଫୁଟର ଉକ୍ତ ନାଗ ସାପକୁ ଘରୁ ଉଦ୍ଧାର କରିଥିଲେ।
ଜଙ୍ଗଲ ବିଭାଗ ସହଯୋଗରେ ଉଦ୍ଧାର ନାଗ ସାପକୁ ନିକଟ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ବିଶେଷ କରି ଏହି ଋତୁରେ ବିଷଧର ସର୍ପଙ୍କ ଉତ୍ପାତ ବଢିବାରେ ଲାଗିଛି। ଏଥିପାଇଁ ସଚେତନତା ଓ ସତର୍କତା ଅପରିହାର୍ୟ୍ୟ ବୋଲି ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି।
ଘର ଭିତରୁ ନାଗସାପ ଉଦ୍ଧାର
Popular Categories



