www.samajalive.in
Saturday, December 6, 2025
26.1 C
Bhubaneswar

ସାପ କାମୁଡା ମୃତ୍ୟୁ ଉଦ୍‌ବେଗଜନକ, ୪ ବର୍ଷରେ ଗଲାଣି ୨୨ ଜଣଙ୍କ ଜୀବନ

ହରଭଙ୍ଗା : ବଣ ପାହାଡ ଘେରା ବୌଦ୍ଧଜିଲ୍ଲାରେ ସାପକାମୁଡା ମୃତ୍ୟୁ ଉଦବେଗଜନକ ସ୍ଥିତିରେ ପଂହଚିଛି । ଗତ ୪ବର୍ଷରେ ଜିଲ୍ଲାରେ ସାପକାମୁଡାରେ ୨୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମତେ ଗତ ୨୦୧୭ରୁ ୨୦୨୦ ମଧ୍ୟରେ ସମୁଦାୟ ୨୨ଜଣଙ୍କ ସାପକାମୁଡାରେ ମୃତ୍ୟୁ ଘଟିଛି। ବିଶେଷକରି ଜିଲ୍ଲାରେ ଗତବର୍ଷ ସାପକାମୁଡାରେ ସର୍ବାଧିକ ୦୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୯ରେ ୪ଜଣ,୨୦୧୮ରେ ୪ଜଣ ଏବଂ ୨୦୧୭ରେ ୦୬ଜଣଙ୍କ  ସାପକାମୁଡାରେ ମୃତ୍ୟୂ ଘଟିଥିବା ଜଣାପଡିଛି। ପ୍ରତିବର୍ଷ ଜିଲ୍ଲାରେ ସାପକାମୁଡାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଏକ ଚିନ୍ତାଜନକ ବିଷୟ। ସାପକାମୁଡା ଭଳି ଜରୁରୀକାଳୀନ ଚିକିତ୍ସା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଂଟିଭେନମ ଇଞ୍ଜେକସ୍‌ନ ମହଜୁଦ୍ ଥିବା ବୌଦ୍ଧ ସି.ଡି.ଏମ.ଓ ତ୍ରୀଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ମାତ୍ର ସାପ କାମୁଡା ଉପରେ ଲୋକଙ୍କ ସଚେତନତା ଅଭାବରୁ ଲୋକେ ସଙ୍ଗେସଙ୍ଗେ ମେଡିକାଲ ପଂହଚିବା ବଦଳରେ ଫୁଙ୍କା,ଝଡା ଭଳି ଦେଶୀ ଚିକିତ୍ସା ଉପରେ ବିଶ୍ୱାସ କରି ମୃତ୍ୟୁ ମୁଖରେ ପଡୁଥିବା ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର  ସେଦିନ ଚାରିଛକ ରୋଗୀ କଲ୍ୟାଣ ସମିତି ବୈଠକରେ ସୂଚନା ଦେଇଥିଲେ। ପ୍ରତ୍ୟେକ ମେଡିକାଲ ପକ୍ଷରୁ ସାପକାମୁଡାଭଳି ଜରୁରୀକାଳୀନ ଚିକିତ୍ସା ଉପରେ ଲୋକଙ୍କୁ ଆହୁରି ସଚେତନତା କରିବା ଜରୁରୀ ରହିଛି। ସଚେତନତା ଉପରେ ଗୁରୁତ୍ୱ ଦେଲେ ଯାଇଁ ଜିଲ୍ଲାରେ ସାପକାମୁଡା ମୃତ୍ୟୁ ହ୍ରାସ ଘଟିବ ବୋଲି କହିଥିଲେ। ସୂଚନା ମତେ ଗତବର୍ଷ ହରଭଙ୍ଗା ବ୍ଲକରେ ଏପ୍ରିଲ ମାସରେ ଜଣେ, ଜୁନରେ ଜଣେ ଏବଂ ଅଗଷ୍ଟ ମାସରେ ୨ଜଣ ଭଳି ସର୍ବାଧିକ ୪ଜଣଙ୍କ ସାପକାମୁଡାରେ ମୃତ୍ୟୁ ଘଟିଛି। ଏହି ତାଲିକାରେ ଜଣେ ନାବାଳକ, ଜଣେ ନାବାଳିକାଙ୍କ ସହିତ ଦୁଇ ଜଣ ଯୁବକ ରହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories