www.samajalive.in
Tuesday, December 9, 2025
17.1 C
Bhubaneswar

ମନ୍ତ୍ରୀ ପହଞ୍ଚିବା ପୂର୍ବରୁ କୋଟଗଡରେ ମାଓ ପୋଷ୍ଟର ଓ ଲାଲ ବ୍ୟାନର ଜବତ

କୋଟଗଡ: ଆଠ ମାସର ନୀରବତା ପରେ କନ୍ଧମାଳ ଜିଲ୍ଲାର କୋଟଗଡରେ ମାଓବାଦୀମାନେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ଆସିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରୁ ମାଓପୋଷ୍ଟର ଓ ବ୍ୟାନର ଜବତ ହୋଇଛି। ପାଞ୍ଚ ନମ୍ବର ରାଜ୍ୟ ରାଜପଥର କଡରେ ଥିବା ଗଛରେ ମାଓବାଦୀମାନେ ଏକାଧିକ ମାଓ ପୋଷ୍ଟର ଓ ଲାଲ ବ୍ୟାନର ଦେଖିବାକୁ ମିଳିଛି। ବା. ଘୁ. ନା. ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଜଣାପଡିଛି।

ଦିଲ୍ଲୀ ଜାମିଆମିଲିଆ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାକୁ ପୋଷ୍ଟରରେ ବିରୋଧ କରାଯାଇଛି। ଏହା ସହ ବିଜେପି ଭୋଟ ବ୍ୟାଙ୍କ ପାଇଁ ନାଗରିକତା ସଂଶୋଧନ ଆଇନ ଆଣିଛି। ଏପରି ଘୃଣିତ ବିଭାଜନକାରୀ ଆଇନକୁ ବିରୋଧ କରିବା ପାଇଁ ପୋଷ୍ଟରରେ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି। ଲାଲ ବ୍ୟାନର ଅନ୍ୟ ଏକ ହାତଲେଖା ପୋଷ୍ଟରରେ ସରକାର,ସିଆରପିଏଫ, ପୁଲିସ ଓ ପୁଞ୍ଜିପତିଙ୍କୁ ଟାର୍ଗେଟ କରିବା ସହ ଗଣମାଧ୍ୟମକୁ ନିନ୍ଦା କରାଯାଇଛି।

- Advertisement -

ବ୍ୟାନରରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ସରକାର, ପୁଲିସ ଓ ସିଆରପିଏଫ ଜନସମ୍ପର୍କ ଶିବିର ନାମରେ ଯୁବପିଢିମାନଙ୍କୁ ପଥଭ୍ରଷ୍ଟ କରୁଛନ୍ତି। ସରକାରଙ୍କ ତରଫରୁ ଗରିବ ନିରୀହ ଆଦିବାସୀ ଜନସାଧାରଣ ଓ ବିଦ୍ୟାର୍ଥୀମାନଙ୍କୁ ଗୃହ ଉପକରଣ, ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇ ସେମାନଙ୍କୁ ପ୍ରଲୋଭିତ କରାଯାଉଛି। ଆଦିବାସୀଙ୍କୁ ମାଓବାଦୀ ବିରୋଧୀ କରାଇ ଜଙ୍ଗଲ, ଜମି, ଖଣି, ଖାଦାନ ଆଦି ପ୍ରାକୃତିକ ସମ୍ବଳକୁ ପୁଞ୍ଜିପତି, ଜମିଦାର, ରାଜନେତା, ଠିକାଦାର ମାନଙ୍କ ହାତକୁ ଟେକି ଦିଆଯାଉଛି। ଗଣମାଧ୍ୟ୍ୟମ ମଧ୍ୟ୍ୟ ନିରୀହ ଲୋକଙ୍କ ସମସ୍ୟା ଓ ମାଓ ସପକ୍ଷରେ ସତ୍ୟ ନ ଲେଖି ପୁଞ୍ଜିପତି ମାନଙ୍କ ପାଇଁ କାମ କରୁଛନ୍ତି। ତେଣୁ ସେଗୁଡିକୁ ବିଶ୍ୱାସ ନ କରି ମାଓବାଦୀଙ୍କୁ ସହଯୋଗ କରିବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି। ପୋଷ୍ଟର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories