www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁରରେ ମହିଳା ପୁଲିସ ପାଟ୍ରୋଲିଂ ଟିମ୍‍: ୫-ଟିକୁ ଗୁରୁତ୍ୱ ଦେଇ କରୁଛନ୍ତି କାମ

ସମ୍ବଲପୁର: ଚଳିତ ଦିନରେ ସମାଜରେ ନାରୀଙ୍କ ପ୍ରତି ଚାଲିଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସମ୍ବଲପୁର ପୁଲିସ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି। ମହିଳାମାନଙ୍କ ସୁରକ୍ଷା ପାଇଁ ମହିଳା ପୁଲିସର ଏକ ପାଟ୍ରୋଲିଂ ଟିମ୍‍ ଗଠନ କରାଯାଇଛି। ଡିଏସ୍‍ପି ସୁଜାତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‍ ଭିଡ଼ ସମୟରେ କଲେଜ ପରିସର ସମେତ ସହରର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛି। ଏହା ସହିିତ ସ୍କୁଲ୍‍ ଓ କଲେଜମାନଙ୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ତେବେ ଏହି ଟିମ୍‍ ପାଟ୍ରୋଲିଂରେ ୫-ଟିକୁ ଗୁରୁତ୍ୱ ଦେଇଛି।
୫-ଟି ଅନୁସାରେ, ଟେକ୍ନୋଲୋଜି(ପ୍ରଯୁକ୍ତି ବିଦ୍ୟା), ଟିମ୍‍ ୱାର୍କ(ଦଳଗତ କାର୍ଯ୍ୟ), ଟାଇମ୍‍ ଲିମିଟ୍‍(ସମୟ ସୀମା), ଟ୍ରାନ୍ସପରେନ୍ସି(ସ୍ୱଚ୍ଛତା) ଏବଂ ଟ୍ରାନ୍ସଫରମେସନ୍‍(ପରିବର୍ତ୍ତନ)କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଧାର୍ଯ୍ୟ ହୋଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories