www.samajalive.in
Monday, December 8, 2025
27.1 C
Bhubaneswar

ଦେଶର ଆର୍ଥିକ ଅବସ୍ଥାରେ ଦ୍ରୁତ ସୁଧାର ଆସିଛି : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥା ଉପରେ ଯେଉଁ ଆର୍ଥିକ ଚାପ ପଡିଥିଲା ତାହା ବର୍ତ୍ତମାନ ସୁଧାର ଆସିଛି। ଦେଶର ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ସୁଧାର ଆସିଛି। ଏନେଇ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶର ଆର୍ଥିକ ଅବସ୍ଥାରେ ଦ୍ରୁତ ସୁଧାର ଆସିଛି। ସାମ୍ପ୍ରତିକ ପରିସଂଖ୍ୟାନ ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହେବ ବୋଲି ସୀତାରମଣ କହିଛନ୍ତି।

ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ସେୟାର ବଜାରର ସ୍ଥିତି ମଧ୍ୟ ଭଲ ରହିଛି। ମୁଡିସ୍‌ ମଧ୍ୟ ଭାରତର ଅର୍ଥବ୍ୟବସ୍ଥାର ରେଟିଂରେ ଉନ୍ନତି ଆଣିଛି। ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥା ନେଇ ମୁଡିସ୍‌ର ଯେଉଁ ରେଟିଂ ଥିଲା ସେହି ସ୍ଥିତିରେ ବହୁ ସୁଧାର ଆସିଛି। ଏଥି ସହିତ ରେଳବାଇରେ ମାଲ ପରିବହନ ୨୦% ବୃଦ୍ଧି ପାଇଛି। ବ୍ୟାଙ୍କ ଋଣ ବିତରଣ ମଧ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କଗୁଡିକ ଅଧିକ ଋଣ ଦେଇଛନ୍ତି । ଦେଶରେ ନିବେଶ ବଢିବାରେ ଲାଗିଛି । ଆତ୍ମନିର୍ଭର ଭାରତ ଯୋଜନାରେ ବହୁ ପଦକ୍ଷେପ ନିଆଯାଇଛି । ୧.୫୭ ଲକ୍ଷ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦିଆଯାଇଛି । ମତ୍ସ୍ୟ ସମ୍ପଦ ଯୋଜନାରେ ଚାଷୀଙ୍କୁ ଲାଭ ମିଳିଛି। ଅକ୍ଟୋବର- ଡିସେମ୍ବର ତ୍ରୟମାସିକରେ ଅର୍ଥନୀତିରେ ଉନ୍ନତି ହେବ।  ଏଫ୍‌ପିଆଇ ର ନିଟ୍ ବିନିଯୋଗ ମଧ୍ୟ ସକରାତ୍ମକ ହୋଇଛି । ଜିଏସ୍ଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ୫୬୦ ବିଲିୟନ ଡ଼ଲାର ରେକର୍ଡରେ ପହଞ୍ଚିଛି।

- Advertisement -

ଏଥି ସହିତ ବର୍ତ୍ତମାନ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ଜାରି ରହିଥିବା ବେଳେ କୋଭିଡ ୧୯ ମହାମାରୀ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ସେ ୧.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଆଉ ଏକ ଉତ୍ସାହ ପ୍ୟାକେଜ ଘୋଷଣା କରିପାରନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories