www.samajalive.in
Saturday, December 6, 2025
26.1 C
Bhubaneswar

ସିଦ୍ଧୁ-ଅମରିନ୍ଦର ବିବାଦ ତେଜିଲା, ମନ୍ତ୍ରିପଦ ଦାୟିତ୍ଵ​‌ ନେବାକୁ ମନାକଲେ

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ବରିଷ୍ଠ ନେତା ନଭଜୋତ ସିଂହ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ମଧ୍ୟରେ ସିଦ୍ଧୁ ମନ୍ତ୍ରିପଦ ଦାୟିତ୍ଵ ନେବାକୁ ମନା କରିଦେଇଛନ୍ତି। ବିବାଦକୁ ନେଇ ବର୍ତ୍ତମାନ ସିଦ୍ଧୁ ଦଳର ହାଇକମାଣ୍ଡଙ୍କୁ ଭେଟିବା ଲାଗି ଦିଲ୍ଲୀ ଆସିଥିବା ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ କେରଳ ଗସ୍ତରେ ଥିବାବେଳେ ସେ ଦିଲ୍ଲୀରେ କାହାକୁ ଭେଟିବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିପାରନ୍ତି ବୋଲି ସୂଚନା ମିଳିଛି।

ଗତ ଗୁରୁବାର ସିଦ୍ଧୁଙ୍କଠାରୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କାଢ଼ି ନିଆଯାଇ ଶକ୍ତି ବିଭାଗର ଦାୟିତ୍ଵ ଦିଆଯାଇଥିଲା। ଶୁକ୍ରବାର ସିଦ୍ଧୁ ରାଜ୍ୟ ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦାୟିତ୍ଵ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା। ତେଣୁ ଅଧିକାରୀମାନେ ତାଙ୍କୁ କାର୍ଯ୍ୟାଳୟରେ ଅପେକ୍ଷା କରି ରହିଥିଲେ। କିନ୍ତୁ ସିଦ୍ଧୁ କାର୍ଯ୍ୟାଳୟକୁ ନ ଆସି ଦିଲ୍ଲୀ ବାହାରି ଆସିଥିଲେ। ଏହାକୁ ନେଇ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ କଡ଼ା ସମାଲୋଚନା କରିଥିଲେ।

- Advertisement -

ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ସିଦ୍ଧୁ ପାକିସ୍ତାନ ଯିବା ପରଠାରୁ ଅମରିନ୍ଦର ଏବଂ ତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ସେହିପରି ଲୋକସଭା ନିର୍ବାଚନ ସମୟରେ ସିଦ୍ଧୁଙ୍କ ପତ୍ନୀ ନଭଜୋତ କୌର ସିଦ୍ଧୁଙ୍କୁ ଅମୃତସର ଆସନରୁ ଟିକେଟ ନ ମିଳିବା ପଛରେ ଅମରିନ୍ଦରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories