www.samajalive.in
Wednesday, December 10, 2025
18.1 C
Bhubaneswar

ଜରୁରୀ ସେବା ଓ ଔଷଧ ଦୋକାନ ବ୍ୟତୀତ ଯାଜପୁର, ଭଦ୍ରକ, ବାଲେଶ୍ବରରେ ସବୁ ବନ୍ଦ

ଭୁବନେଶ୍ବର (ବ୍ୟୁରୋ) : ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ସଂକ୍ରମଣ ବଢ଼ିଥିବାରୁ ଏହା ଏବେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ଭୁବନେଶ୍ବର ଭଳି ଏଠାରେ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିଛନ୍ତି । ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ୬୦ଘଣ୍ଟା ସଟ ଡାଉନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ୧୦ଟାରୁ ୨୬ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ତିନି ଜିଲାକୁ ସମ୍ପୂର୍ଣ୍ଣ ସଟ ଡାଉନ କରାଯାଇଥିବା ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଘୋଷଣା କରିଛନ୍ତି ।

ସବୁ ସୀମାନ୍ତ ସିଲ, କଡ଼ା ପଦକ୍ଷେପ ପାଇଁ ପୁଲିସ- ପ୍ରଶାସନକୁ ନିର୍ଦେଶ
ଟେଷ୍ଟିଂ ୩ଗୁଣ ବଢ଼ାଯିବ, କଣ୍ଟାକ୍ଟ ଟ୍ରେସିଂ, ସର୍ଭେଲାନ୍ସ, ବିଶୋଧନ ତ୍ବରାନ୍ବିତ

- Advertisement -

ମୁଖ୍ୟ ସଚିବଙ୍କ ଅନୁସାରେ  ସଟ ଡାଉନ କର୍ଫ୍ୟୁ ଭଳି ପରିସ୍ଥିତି ହୋଇଥିବାରୁ ଏହି ସମୟରେ କେତେକ ଜରୁରୀ ସେବା ଏବଂ ଔଷଧ ଦୋକାନକୁ ଛାଡ଼ିଦେଲେ ଆଉ ସବୁକିଛି ବନ୍ଦ ରହିବ। ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଏହି ସମୟରେ କରୋନା ସଂକ୍ରମିତଙ୍କ ସହିତ ଆସିଥିବା ପ୍ରତି ସନ୍ଦିଗ୍ଧଙ୍କୁ ଠାବ କରାଯିବ। ଯେଉଁମାନେ ବାହାର ରାଜ୍ୟରୁ ଫେରିଛନ୍ତି ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସ୍ବେଚ୍ଛାକୃତ ଭାବେ ପ୍ରଶାସନକୁ ଜଣାଇବା, ପରୀକ୍ଷା କରାଇ ନେବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ଏହାକୁ ଉଲ୍ଲଘଂନ କରିବେ ସେମାନଙ୍କ କ୍ଷେତ୍ରରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
। ଏହି ସମୟରେ ଜରୁରୀ ସେବାକୁ ଛାଡ଼ିଦେଲେ ଅଉ ସମସ୍ତ ସେବା ବନ୍ଦ ରହିବ। ଘରୁ କେହି ବାହାରି ପାରିବେ ନାହିଁ। ଏହି ସମୟରେ ସର୍ବସାଧାରଣ ସ୍ଥାନ ବିଶୋଧନ କରାଯିବ। ପରୀକ୍ଷା ସଂଖ୍ୟା ବଢ଼ାଯିବ । ଏଥିପାଇଁ ଅଧିକ ସଂଖ୍ୟାରେ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଯେତେ ପଜିଟିଭ କେସ ବାହାରିଛି ସେମାନଙ୍କ ସହିତ ଯୋଗାଯୋଗ ବା ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପରୀକ୍ଷା କରାଯିବ।  ୧୫ ମାର୍ଚ୍ଚରେ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଏହା ପରେ ଆଇସିଏମଆର ନିୟମାବଳି ଅନୁସାରେ ଆମେ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଥିଲୁ। ଏହାଦ୍ବାରା କିଛି ସଫଳତା ମିଳିଥିଲା। ଏପ୍ରିଲ ୩ ପର୍ଯ୍ୟନ୍ତ ରାଜ୍ୟରେ ପିଜିଟିଭ ସଂଖ୍ୟା ୫ରେ ସୀମିତ ଥିଲା। ମାତ୍ର ସେହି ୩ତାରିଖରେ ଏକାଥରେ ଅଧିକ ୧୫ଟି କେସ ଚିହ୍ନଟ ହୋଇଥିଲା। ସେଥିପାଇଁ ଆମକୁ କରୋନା ମୁକାବିଲା ପ୍ରସ୍ତୁତି ବଢ଼ାଇବାକୁ ପଡ଼ିଲା। ଯେହେତୁ ଭୁବନେଶ୍ବରରେ ପଜିଟିଭ ଚିହ୍ନଟ ସଂଖ୍ୟା ଅଧିକ ବଢ଼ିଲା ସେଥିପାଇଁ ଏପ୍ରିଲ ୪ ଓ ୫ ଦୁଇ ଦିନ ଆମକୁ ଲକଡାଉନ ସମୟରେ ଭୁବନେଶ୍ବର ସମେତ କଟକ ଓ ଭଦ୍ରକକୁ ସମ୍ପୂର୍ଣ୍ଣ ସଟଡାଉନ କରିବାକୁ ପଡ଼ିଲା। ଏହି ସମୟରେ ଆମେ ସର୍ଭେଲାନ୍ସ, କଣ୍ଟାକ୍ଟ ଟ୍ରେସିଂ ସମ୍ପୂର୍ଣ୍ଣ କଡ଼ାକଡ଼ି କରିପାରିଲୁ। ଏଥିରୁ ବହୁ ସଫଳତା ମିଳିଲା।
ପଶ୍ଚିମବଙ୍ଗ ସୀମାନ୍ତ ଦେଇ ଅଧିକ ଲୋକ ଆସିଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ିଛି।  ସୁନ୍ଦରଗଡ଼ର କେବଳ ଜଣକୁ ଛାଡ଼ିଦେଲେ ୬୧ ନମ୍ବର ପଜିଟିଭ କେସରୁ ୮୯ ପଜିଟିଭ କେସ ପର୍ଯ୍ୟନ୍ତ ସବୁ ସଂକ୍ରମିତ ଏହି ତିନିଟି ଜିଲାରୁ ଚିହ୍ନଟ ହୋଇଛନ୍ତି। ଯେଉଁ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ସମସ୍ତ ପ୍ରତିଷ୍ଠାନକୁ ନିର୍ଦେଶ ଦିଆଯାଇଛି। ଉଚ୍ଚସ୍ତରୀୟ ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଭଦ୍ରକ, ଯାଜପୁର ଓ ବାଲେଶ୍ବର ପଠାଇଛନ୍ତି । ସେସବୁ ଜିଲାରେ ସ୍ବାସ୍ଥ୍ୟ ନିର୍ଦେଶକଙ୍କ ସମେତ ଅନ୍ୟ ଦୁଇ ଜଣ ନିର୍ଦେଶକ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସେଠାରେ ପରୀକ୍ଷା ବ୍ୟବସ୍ଥା ୩ଗୁଣ ବଢ଼ାଇବାକୁ ଯାଉଛୁ। ସମସ୍ତ କଣ୍ଟାକ୍ଟ ଟ୍ରେସିଂ ବାହାର କରି ଜରୁରୀକାଳୀନ ପଦକ୍ଷେପ ଭାବେ ପରିସ୍ଥିତି ସୁଧାରିବା ଉଦ୍ୟମ ଚାଲିଛି। ପୁଲିସ ମହାନିର୍ଦେଶକ ସୀମାନ୍ତ ଅଞ୍ଚଳର ସୁରକ୍ଷା ଓ ଅନୁପ୍ରବେଶ ରୋକିବା ଉପରେ ସମୀକ୍ଷା କରିଛନ୍ତି। ମୟୂରଭଞ୍ଜ, ବାଲେଶ୍ବର ସୀମାନ୍ତରେ ପୁଲିସ ପାଟ୍ରୋଲିଂ ସହ ବାରିକେଡ଼ କରାଯାଇଛି। ୨୭ ପ୍ଲାଟୁନ ସ୍ବତନ୍ତ୍ର ପୁଲିସ ବାହିନୀ ଘଟଣାସ୍ଥଳକୁ ପଠାଯାଇଛି। ସୀମାନ୍ତଙ୍କୁ ସମ୍ପୂର୍ଣ୍ଣ ସିଲ କରାଯାଇଛି ବୋଲି ସେ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories