ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକଡାଉନ ଥିବାରୁ ସାଧାରଣ ଖାଉଟିଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଣରାସନ କାର୍ଡଧାରୀ ଖାଉଟିଙ୍କୁ କିରୋସିନ ତେଲ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି। ପ୍ରତି ପରିବାରକୁ ୨ ଲିଟର ଲେଖାଏଁ କିରୋସିନ ଦେବାକୁ ସବୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ମାର୍ଚ୍ଚ ମାସରେ ନିର୍ଦ୍ଧାରିତ ଦର ଅନୁସାରେ କିରୋସିନ ଦିଆଯିବ। ଏହାଦ୍ବାରା ୧୭ ଲକ୍ଷରୁ ଉର୍ଦ୍ଧ୍ବ ଅଣରାସନ କାର୍ଡଧାରୀ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Popular Categories



