www.samajalive.in
Tuesday, December 9, 2025
17.1 C
Bhubaneswar

ଜଲଦା ପଂଚାୟତ ‘ସି’ ବ୍ଲକକୁ ସଟ୍‌ଡାଉନ କଲେ ସରପଂଚ

ରାଉରକେଲା: କାୟା ମେଲାଇବାରେ ଲାଗିଛି କରୋନା। ଆଜି ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦା ସି ବ୍ଲକ ପଂଚାୟତ ୱାର୍ଡ ନମ୍ବର ୧୨ରେ ଜଣେ ମହିଳା କରୋନା ପଜେଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳରେ ବସବାସ କରୁଥିବା ବାସିନ୍ଦାମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଜଲଦା ସରପଂଚ ଜାତୃ ଓରାମ ଓ କାର୍ୟ୍ୟ ନିର୍ବାହୀ ଅଧିକାରୀ ଘାସିରାମ ମହାନ୍ତ ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ୱାର୍ଡ ନଂ ୧୨, ୧୩, ୧୭, ୧୯, ୨୧ ଏବଂ ୨୨ ଅଂଚଳକୁ ଜୁଲାଇ ୨୬ ତାରିଖ ସଂଧ୍ୟା ୫ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି।

ଏହି ସଟଡାଉନ ସମୟ ମଧ୍ୟରେ ଔଷଧ ଦୋକାନ ଏବଂ ମେଡ଼ିକାଲ କାମରେ ଯାଉଥିବା ଲୋକଙ୍କୁ କୋହଳ କରାଯିବ। ଯଦି କୌଣସି ଜରୁରୀକାଳୀନ ପରିସ୍ଥିତିରେ ଜଲଦା ସରପଂଚ ଜାତୃ ଓରାମଙ୍କୁ ମୋବାଇଲ ନଂ୭୯୭୮୨୯୫୪୫୨ ଏବଂ ଗ୍ରାମ ପଂଚାୟତ ଅଧିକାରୀ ଘାସିରାମ ମହାନ୍ତଙ୍କୁ ମୋବାଇଲ ନଂ ୯୪୩୭୨୪୫୪୩୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories