www.samajalive.in
Monday, December 8, 2025
20.1 C
Bhubaneswar

ତାଲିବାନ ଉପରେ ଆଫଗାନ ସେନାର ବିମାନ ଆକ୍ରମଣ, ଅନ୍ୟୂନ ୪୫ ମୃତ

ଆଫଗାନ ସେନା ପକ୍ଷରୁ ଆଫଗାନିସ୍ଥାନର ପୂର୍ବାଞ୍ଚଳରେ ବିମାନ ଆକ୍ରମଣରେ ୪୫ ଜଣ ମୃତ୍ୟୁବରଣ କରିଛନ୍ତି । ଏଥିରେ କିଛି ତାଲିବାନୀ ରହିଥିବାବେଳେ କିଛି ସାଧାରଣ ଲୋକ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଆଫଗାନିସ୍ଥାନ ଏଡ଼୍ରାସ୍କନ ଜିଲା ଗଭର୍ଣ୍ଣର ଅଲି ଅହମ୍ମଦ ଫକୀର ୟାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ୮ ଜଣ ସାଧାରଣ ନାଗରିକ ଥିବା ସେ କହିଛନ୍ତି ।

an, air strike

- Advertisement -

ଅଲ ଜଜିରା ନ୍ୟୁଜ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖାମ୍ ଜିୟାରତ୍ କ୍ଷେତ୍ରରେ ଆଫଗାନିସ୍ଥାନ ସୁରକ୍ଷା କର୍ମୀଙ୍କ ଦ୍ବାରା ତାଲିବାନୀ ବିଦ୍ରୋହୀଙ୍କ ଆଡ଼୍ଡ଼ାରେ ବିମାନ ଆକ୍ରମଣ ହୋଇଥିଲା । ଏଥିରେ ମୋଟ ୪୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆଫଗାନୀସ୍ଥାନର ପ୍ରତିରକ୍ଷା ମନ୍ତୟଣାଳୟ ପକ୍ଷରୁ ବିମାନ ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ ମିଳିଥିବା ସୂଚନାର ଅନୁସନ୍ଧାନ କରାଯାଉଛି ବୋଲି କୁହାଯାଇଛି ।

ଆଫଗାନିସ୍ଥାନରେ ଆମେରିକା ସେନାର ମୁଖପାତ୍ର କହିଛନ୍ତି ଯେ ବୁଧବାର ବିମାନ ଆକ୍ରମଣ ଘଟଣାରେ ତାଙ୍କ ସେନାର କୌଣସି ସମ୍ପର୍କ ନାହିଁ । ଗତ ଫେବ୍ରୁଆରୀ ମାସରେ ଆମେରିକା ତାଲିବାନ ସହ ବୁଝାମଣା କରି ନିଜ ସୈନିକଙ୍କୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି । ବିଦ୍ରୋହୀ ଓ ଆଫଗାନ ସରକାରଙ୍କ ମଧ୍ୟରେ ଔପଚାରିକ ଶାନ୍ତି ଆଲୋଚନା ପାଇଁ ଏହା ପଥ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ତାଲିବାନ ମୁଖପାତ୍ର କେ. ମହମ୍ମଦ ୟୁସୁଫ ଅହମ୍ମଦୀ ଏକ ବିବୃତିରେ ଦୁଇଟି ବିମାନ ଆକ୍ରମଣରେ ୮ ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଛନ୍ତି, ୧୨ ଜଣ ଆହତ ହୋଇଥିବା କହିଥିଲେ ମଧ୍ୟ କେତେଜଣ ତାଲିବାନ ବିଦ୍ରୋହୀ ପ୍ରାଣ ହରାଇଛନ୍ତି ସେ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories