ତୁଷୁରା : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଲିଖିରିଆ ଗାଁରେ ତାମିଲନାଡୁ ଫେରନ୍ତା ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲିଖିରିଆ ସମେତ ଦେଓଗାଁ, ଗୁଡଭେଲା ବ୍ଳକ ଓ ତୁଷୁରା ବିଜ୍ଞାପିତ ଅଂଚଳ ପ୍ରାୟ ୨୧ ଟି ଗ୍ରାମ କୁ କଣ୍ଟେଟମେଣ୍ଟ ଜୋନ ଘୋଷଣା କରାଯାଇଛି। ଏବେ ମଧ୍ୟ ଏହି ଅଂଚଳରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଯେଉଁ ଦିନ ଠାରୁ ଏହି ଗାଁରେ କରୋନା ରୋଗୀ ଚିହ୍ନଟ ହେଲେ ସେହିଦିନ ଠାରୁ ଗୁଡଭେଲା ଏବଂ ତୁଷୁରା ଏନଏସି ର ବିଭିନ୍ନ ରାସ୍ତାକୁ ସିଲ କରାଯାଇଥିଲା। ପ୍ରଶାସନ ପକ୍ଷରୁ ପ୍ରଥମେ ୧ତାରଖରୁ ୬ତାରିଖ ପର୍ଯ୍ୟନ୍ତ ଏହି ଅଂଚଳକୁ ସଟଡାଉନ ଘୋଷଣା କରାଯାଇଥିଲା। ପରେ ପୁଣି ୬ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଲାଙ୍ଗିର ଜିଲ୍ଲାପାଲ ସଟଡାଉନ ଅବଧିକୁ ବଢାଇଥିଲେ। ଏହାଦ୍ୱାରା ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଆବଶ୍ୟକୀୟ ସାମଗ୍ରୀ ମିଳୁନାହିଁ। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସଟଡାଉନ ଯୋଗୁଁ ଲୋକମାନେ ନିଜର ପରିବାର ପୋଷଣ କିପରି କରିବେ ତାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଏନଏସି ପକ୍ଷରୁ ଗରିବ ତଥା ଖଟିଖିଆ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିଲେ ମଧ୍ୟ ସେଥିରେ ଚଳିବା ସମ୍ଭବପର ନୁହେଁ। ଏପରି ପରିସ୍ଥିତିରେ ଗରିବ ଖଟିଖିଆ ମାନଙ୍କ ପାଇଁ ନିଜର ପେଟ ପୋଷିବା ସହ ଘର ଚଳାଇବା କଷ୍ଟକର ହୋଇପଡିଛି।
Popular Categories



