www.samajalive.in
Friday, December 5, 2025
27.1 C
Bhubaneswar

ଧୀରେଧୀରେ ସୁସ୍ଥ ହେଉଛନ୍ତି ଶ୍ରେୟସ

ନୂଆଦିଲ୍ଲୀ : ଭାରତୀୟ ଦିନିକିଆ କ୍ରିକେଟ ଦଳର ଉପ ଅଧିନାୟକ ଶ୍ରେୟସ ଆୟର ନିଜର ଆଘାତ ସମ୍ପର୍କରେ ଏକ ସକରାତ୍ମକ ସୂଚନା ଦେଇଛନ୍ତି। ସିଡ୍‌ନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ସମୟ​‌େ​‌ର ତାଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଅାଭ୍ୟନ୍ତରିଣ ରକ୍ତସ୍ରାବ ଓ ପିଞ୍ଜରାରେ ଆଘାତ କାରଣରୁ ତାଙ୍କୁ ଆଇସିୟିରେ ଭର୍ତ୍ତି ହେବାକୁ ପଡ଼ିଥିଲା। ବର୍ତ୍ତମାନ ଆୟର ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇବା ସହ ମୁଁ ଧିରେଧିରେ ସୁସ୍ଥ ହେଉଛି ବୋଲି କହିଛନ୍ତି। ଆୟର ଇନଷ୍ଟାଗ୍ରାମରେ ଲେଖିଛନ୍ତି ; ମୁଁ ବର୍ତ୍ତମାନ ସୁସ୍ଥତା ପ୍ରକ୍ରିୟାରେ ଅଛି ଏବଂ ପ୍ରତିଦିନ ଭଲ ଅନୁଭବ କରୁଛି। ଆପଣମାନଙ୍କ ଭଲ ପାଇବା, ସମର୍ଥନ ଓ ଶୁଭେଚ୍ଛା ପାଇଁ ମୋର ହୃଦୟସ୍ପର୍ଶୀ ଧନ୍ୟବାଦ । ଏହା ମୋ ପାଇଁ ବହୁତ ଅର୍ଥ ରଖେ। ମୋ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା ଲାଗି ଧନ୍ୟବାଦ ବୋଲି ଆୟର ଲେଖିଛନ୍ତି। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ, ଶ୍ରେୟସ ଏବେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି। ଡାକ୍ତରଙ୍କ ଆଶାଠାରୁ ସେ ଅଧିକ ଗତିରେ ସୁସ୍ଥ ହେଉଛନ୍ତି।

ଏ ନେଇ ବିସିସିଆଇ ଭାରତୀୟ ଦଳର ଡାକ୍ତର ରିଜ୍‌ୱାନ ଖାନଙ୍କ ସହିତ ନିୟମିତ ଯୋଗାଯୋଗେରେ ରହିଛି। ତାଙ୍କର ଅଘାତ ବହୁତ ଗୁରତର ଥିଲା। ସେ ସୁସ୍ଥ ହେଉଛନ୍ତି ଓ ବିପଦମୁକ୍ତ ଅଛନ୍ତି ବୋଲି ସାଇକିଆ କହିଛନ୍ତି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ସମୟରେ ଆଲେକ୍ସ କେରୀଙ୍କ ବ୍ୟାକୱର୍ଡ ପଏଣ୍ଟରେ ଏକ କ୍ୟାଚ ନେବାଲାଗି ଆୟର ପଛକୁ ଦୌଡ଼ୁଥିବାବେଳେ ଆଘାତ ପାଇଥିଲେ। ସେହି ସମୟରେ ପଡ଼ିଯିବାରୁ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ବିସିସିଆଇ ରିପୋର୍ଟରେ ତାଙ୍କ ପଞ୍ଜରା ଫାଟି ଯାଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ସିଡ୍‌ନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଅାଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ଆୟରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ସେ ଆଇସିୟୁରୁ ବାହାରି ସାଧାରଣ ୱାର୍ଡରେ ରହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories