www.samajalive.in
Sunday, December 7, 2025
16.1 C
Bhubaneswar

ଶ୍ରୀମନ୍ଦିର ଭିତରେ ୨ ଟି ଜଳକୁଣ୍ଡରେ ହେବ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା

ସାମଜ ପୋର୍ଟାଲ ଡେସ୍କ : ଶ୍ରୀମନ୍ଦିର ଭିତରେ ଦୁଇଟି ଜଳ କୁଣ୍ଡରେ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀ ଢାଂଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଧରି ହେବ ଶ୍ରୀଜିଉଙ୍କ ନୌକାବିହାର ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଏବଂ ସେବାୟତଙ୍କ ବୈଠକରେ ନିଷ୍ପତ୍ତି ହୋଇଛି । କରୋନା କଟକଣା ପାଇଁ ଆସନ୍ତା ୩ ତାରିଖ ଲକ୍ ଡାଉନ ସରିବା ଯାଏଁ ଶ୍ରୀଜୀଉଙ୍କ କୌଣସି ନୀତିକାନ୍ତି ବାହାରେ କରାନଯିବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । ଏହପରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କ ମଧ୍ୟରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । 

ସେହିପରି ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ନୀତିକାନ୍ତି ସହ ମହାପ୍ରଭୁଙ୍କ ରଥକାର୍ଯ୍ୟର ଅନୁକୂଳ ମଧ୍ୟ ଶ୍ରୀମନ୍ଦିର ପରିସରରେ କରାଯିବ । ଶ୍ରୀମନ୍ଦିରର ଚାହାଣୀ ମଣ୍ଡପ ନିକଟକୁ ୩ଟି ରଥକାଠ ନିଆଯାଇ ସେଠାରେ ଅକ୍ଷୟ ତୃତୀୟା ନୀତିକାନ୍ତି କରାଯିବା ସହ ରଥ ଅନୁକୂଳ ନୀତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

- Advertisement -

ସୂଚନାଯୋଗ୍ୟ କରୋନା ପାଇଁ ସମଗ୍ର ଦେଶ ଲକ୍ ଉାଡନ ହୋଇଥିବା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ  ହେବ ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories