www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସାମ୍ବାଦିକ ସଂଘର ଶୋକସଭା

କଣ୍ଟାବାଞ୍ଜି: କରୋନା ଯୋଦ୍ଧା କନ୍ଧମାଳ ପ୍ରମେୟ ଜିଲ୍ଲା ପ୍ରତିନିଧି ତାରିଣୀ ପାଢିଙ୍କ ଭୂବନେଶ୍ୱର କିମ୍ସ ହସପିଟାଲରେ କୋଭିଡ ଚିକିତ୍ସା ଚାଲିଥିବା ବେଳେ ଅକାଳ ବିୟୋଗରେ ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବୁଧବାର ସଂଧ୍ୟ୍ୟା ସାଢେ ୫ଟାରେ ସ୍ଥାନୀୟ ପିଡବ୍ଲ୍ୟୁଡି ବଙ୍ଗଳାରେ ଏହି ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱର୍ଗତ ପାଢିଙ୍କ ଅମର ଆତ୍ମାର ସଦଗତି ଏବଂ ପରିବାରଙ୍କୁ ଭଗବାନ ଧୈର୍ଯ୍ୟ ଏବଂ ସାହସ ଦେବା ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକସଭା ପରିପ୍ରେକ୍ଷୀରେ କରୋନା ଯୋଦ୍ଧାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଓଡିଶା ଯଥାଶିଘ୍ର ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହିତ ଚଳିତ ବିଧାନ ସଭାରେ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବିଲ ଆଣିବା ପାଇଁ ଏକ ପ୍ରସ୍ତାବ କାର୍ଯ୍ୟକାରୀ ସଭାପତି ଆଗତ ପରେ ଗୃହିତ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସୂଚନା ଲୋକସମ୍ପର୍କ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅବସରରେ ସଂଘର କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି, ସଂପାଦକ ଗୁରୁଦୟାଲ ହଂସ, ବିମଲ ଦାସ, ଅନ୍ତିମ ପାଣିଗ୍ରାହୀ, ମୋହନ ସୋନି, କୃତିକର ବାଗ, ବିନୋଦ ସିଂଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories