www.samajalive.in
Wednesday, December 10, 2025
18.1 C
Bhubaneswar

ଶିଳ୍ପାଙ୍କୁ ଜେରା; ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ମୁମ୍ବଇ: ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲାରେ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜେରା କରିଛି ମହାରାଷ୍ଟ୍ର ପୁଲିସର ଅପରାଧ ଶାଖା (କ୍ରାଇମ ବ୍ରାଞ୍ଚ)। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କ୍ରାଇମ ବ୍ରାଞ୍ଚ ପ୍ରପର୍ଟି ସେଲ୍‌ ବା ସମ୍ପତ୍ତି ପ୍ରକୋଷ୍ଠ ଅଧିକାରୀମାନେ ଶୁକ୍ରବାର ଶିଳ୍ପାଙ୍କ ଜୁହୁସ୍ଥିତ ବାସଭବନରେ ପହଞ୍ଚିବା ସହ ତାଙ୍କୁ ଏହି ଅଶ୍ଳୀଳ ବ୍ୟବସାୟରେ ସମ୍ପୃକ୍ତି ନେଇ ପଚରାଉଚୁରା କରିଛନ୍ତି। ବିଶେଷକରି ଶିଳ୍ପାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହ ତାଙ୍କର ବୟାନ ଲିପିବଦ୍ଧ କରିଛନ୍ତି। ପରେ କୁନ୍ଦ୍ରାଙ୍କୁ ବାସଭବନକୁ ଅଣାଯାଇ ମାମଲା ସମ୍ପର୍କରେ ଅଧିକ ତନାଘନା କରାଯାଇଛି। କୁନ୍ଦ୍ରାଙ୍କ ଉପସ୍ଥିତିରେ ଶିଳ୍ପା ରାତି ପର୍ଯ୍ୟନ୍ତ ଜେରା କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ରିଆନ୍‌ ଥର୍ପେଙ୍କ ହାଜତ ମିଆଦକୁ ଅଦାଲତ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କୁନ୍ଦ୍ରା ଗତ ୧୯ରେ ଗିରଫ ହୋଇଥିଲେ ଏବଂ ତାଙ୍କର ହାଜତ ମିଆଦ ଶୁକ୍ରବାର ଶେଷ ହେଉଥିଲା। କୁନ୍ଦ୍ରା ତଦନ୍ତରେ ସହଯୋଗ କରୁ ନ ଥିବା ଦର୍ଶାଇ ତାଙ୍କର ହାଜତ ମିଆଦ ବୃଦ୍ଧି ପାଇଁ ପୁଲିସ ଆବେଦନ କରିଥିଲା। କୁନ୍ଦ୍ରାଙ୍କ ଭିଆନ୍‌ ଇଣ୍ଡଷ୍ଟ୍ରିଜ୍‌ ଓ ବ୍ରିଟେନ୍‌ର କେନ୍‌ରିନ୍‌ ମିଳିତ ଭାବେ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତ କରୁଥିବାବେଳେ ଶିଳ୍ପା ଗତ ବର୍ଷ ପର୍ଯ୍ୟନ୍ତ ଭିଆନ୍‌ ଇଣ୍ଡଷ୍ଟ୍ରିଜ୍‌ର ଅନ୍ୟତମ ନିର୍ଦେଶକ ଥିଲେ। ପୁଲିସ ତାଙ୍କୁ ଜେରା କରିଥିଲେ ମଧ୍ୟ ଏବେ ସମନ ଜାରି କରିବ ନାହିଁ ବୋଲି କହିଛି।

ଅନ୍ୟପକ୍ଷରେ ହାଜତରେ ରଖାଯିବା ପ୍ରତିବାଦରେ କୁନ୍ଦ୍ରା ଶୁକ୍ରବାର ବମ୍ବେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ମୁମ୍ବଇ ମାଜିଷ୍ଟ୍ରେଟ୍‌ ଅଦଲତ ଆପରାଧିକ ଆଇନ ‘ସିଆରପିସି’ର ଧାରା ୪୧(କ) ଆଧାରରେ ନୋଟିସ କରି ନ ଥିବାରୁ ତାଙ୍କୁ ପୁଲିସ ଜିମାରେ ହାଜତରେ ରଖିବା ବେଆଇନ ବୋଲି ସେ ଦର୍ଶାଇଛନ୍ତି। ଏଥିସହିତ ସେ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତ କରୁ ନ ଥିଲେ ବୋଲି ଦାବି କରିଛନ୍ତି। ପୁଲିସ ସୂଚନାନୁଯାୟୀ, କୁନ୍ଦ୍ରାଙ୍କ ମାଲିକାନାରେ ଆଉ ଏକ କମ୍ପାନୀ କାର୍ଯ୍ୟ କରୁଥିଲା। ଏହାର ନାମ ‘ଜେଏଲ ଷ୍ଟ୍ରିମ୍‌’। ଏହି କମ୍ପାନୀ ବହୁ ପରିମାଣର ୱେବ୍‌ ପୋର୍ଟାଲ ଚଳାଇଥିଲା ଓ ଏହା ପଛରେ ଶିଳ୍ପାଙ୍କର ଭୂମିକା ଥିବାରୁ ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଚାଲିଛି। ଶିଳ୍ପା ଏହି କମ୍ପାନୀର ପ୍ରଚାର ଭିଡିଓ କିଛି ମାସ ପୂର୍ବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଥିଲେ। ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଶିଳ୍ପାଙ୍କ ମାଆ ଏହାର ଅନ୍ୟତମ ନିର୍ଦେଶିକା ଥିଲେ। କୁନ୍ଦ୍ରାଙ୍କ କାରବାର ସମ୍ପର୍କରେ ଅଭିଯୋଗ ଆସିବା ପରେ ସେ କମ୍ପାନୀରୁ ଇସ୍ତଫା ଦେଇଥିଲେ।

- Advertisement -

କୁନ୍ଦ୍ରାଙ୍କ କାରବାର ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିବା ଅଭିନେତ୍ରୀ ସାଗରିକା ସୋନା ଅଭିଯୋଗ କରିଛନ୍ତି ଯେ ବହୁ ଅଜ୍ଞାତ ଫୋନ୍‌ ଓ ଅନ୍‌ଲାଇନ୍‌ ପ୍ଲାଟଫର୍ମରୁ ତାଙ୍କୁ ହତ୍ୟା ଓ ବଳାତ୍କାର ଭଳି ଧମକ ଦିଆଯାଉଛି। ସେହିପରି ଅଭିନେତ୍ରୀ ପୁନମ ପାଣ୍ଡେ କୁନ୍ଦ୍ରାଙ୍କ ବିରୋଧରେ ଜାଲିଆତି ଓ ଚୋରି ଅଭିଯୋଗ ଆଣିଛନ୍ତି। ହଟ୍‌ସଟ୍‌ ଆପ୍‌ରେ ଅଶ୍ଳୀଳ ଅଭିନୟ ପାଇଁ କୁନ୍ଦ୍ରା ତାଙ୍କୁ ପ୍ରବର୍ତ୍ତାଇଥିଲେ; କିନ୍ତୁ ସେ ରାଜି ନ ​‌େ​‌ହବାରୁ ତାଙ୍କର ଫୋନ୍‌ ନମ୍ବର ଓ କିଛି ଆପତ୍ତିଜନକ ବାର୍ତ୍ତା ପ୍ରସାରିତ କରିଦେଇଥିଲେ ବୋଲି ପୁନମ ଦର୍ଶାଇଛନ୍ତି। ୨୦୧୯ରେ ମଧ୍ୟ ସେ ଏଭଳି ଅଭିଯୋଗ ଆଣିଥିଲେ। ଅଭିନେତ୍ରୀ ଗେହନା ବଶିଷ୍ଟ କହିଛନ୍ତି ଯେ କୁନ୍ଦ୍ରା ‘ବେଲିଫେମ୍‌’ ନାମରେ ଏକ ନୂଆ ଆପ୍‌ କାର୍ଯ୍ୟକାରୀ କରିବା ଯୋଜନା ଚଳାଇଥିଲେ। ଏଥିରେ ଅଶ୍ଳୀଳ ଚଳଚ୍ଚିତ୍ର ପରିବର୍ତ୍ତେ ଭଲ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥାଆନ୍ତା। ଏହା ମାଧ୍ୟମରେ ସେ ନିଜର ଶାଳୀ ସମିତା ସେଟ୍ଟୀଙ୍କୁ ବଡ଼ ଭୂମିକା ଦେଇଥାଆ​‌େ​‌ନ୍ତ। ତାଙ୍କ ସହିତ ଆଉ କେତେକ କଳାକାରଙ୍କୁ ମଧ୍ୟ ଏଥିରେ ସୁଯୋଗ ମିଳିଥାଆନ୍ତା। ଏସବୁ ସାମ୍ନାକୁ ଆସିବା ପରେ କୁନ୍ଦ୍ରାଙ୍କ ମାମଲା ଅଧିକ ଜଟିଳ ହୋଇପଡ଼ିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories