www.samajalive.in
Sunday, December 7, 2025
15.1 C
Bhubaneswar

ଆଶ୍ରୟଗୃହ ମୁଖ୍ୟ ଫୟାଜଙ୍କୁ ଜେରାପାଇଁ ୩ ଦିନିଆ ରିମାଣ୍ଡ ଆବେଦନ

ଢେଙ୍କାନାଳ ସଦର : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ଆଶ୍ରୟଗୃହରେ ଯୌନ ନିର୍ଯାତନା ପଦାକୁ ଆସିବା ପରେ ଏବେ ରାଜ୍ୟରେ ସଂସ୍ଥାର ବିଭିନ୍ନ ଶାଖାଗୁଡିକରେ ଚଢ଼ଉ ଜାରି ରହିଛି। ଆଶ୍ରୟଗୃହର ମୁଖ୍ୟ ଫୟାଜ ରେହେମାନଙ୍କୁ ପୁଲିସ ରବିବାର ଗିରଫ କରି କୋର୍ଟଚାଲାଣ କରିବା ପରେ ସୋମବାର ସଂଧ୍ୟାରେ ଅଧିକ ଜେରା ପାଇଁ ୩ ଦିନିଆ ରିମାଣ୍ଡ ଆବେଦନ କରିଥିବା ଜଣାପଡିଛି।
ଶାଖାର ବିଭିନ୍ନ କର୍ମଚାରୀମାନଙ୍କୁ ପୁଲିସ ପଚରାଉଚୁରା ଚଳାଇଥିବାବେଳେ ନୂଆକରି ଯୋଗଦେଇଥିବା ଶାଖା ପରିଚାଳକଙ୍କୁ ସୋମବାର ମାରାଥନ୍‍ ଜେରା କରିଥିବା ଜାଣିବାକୁ ମିଳିଛି। ଶିଶୁ ଯୌନ ନିର୍ଯାତନା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଅଭିଜ୍ଞ ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ସାକ୍ଷୀ ଏବଂ ପୀଡିତାମାନଙ୍କର ବୟାନ ରେକର୍ଡ କରାଯାଉଛି। ଅନୁଷ୍ଠାନ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ସମସ୍ତ କର୍ମଚାରୀମାନଙ୍କୁ ପର୍ଯ୍ୟାୟକ୍ରମେ ତଦନ୍ତ ପରିସରଭୁକ୍ତ କରିବା ପାଇଁ ପୁଲିସ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ସ୍ଥାନାନ୍ତର ହୋଇଥିବା ବିଦ୍ୟାଳୟର ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣ କଡ଼ା ସୁରକ୍ଷା ବଳୟରେ ବେଲଟିକିରି ଯାଇ ୯ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣାପଡିଛି। ଅନ୍ୟ ଅନ୍ତେବାସୀମାନଙ୍କ ପାଠପଢା ପାଇଁ ସେହିଠାରେ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବେଲଟିକିରି ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ଆଶ୍ରୟ ଗୃହରେ ଅନ୍ତେବାସୀଙ୍କୁ ଯୌନ ଯାତନା ଦିଆଯାଉଥିବା ପ୍ରଘଟ ହେବାପରେ ପୁଲିସ ଏବଂ ପ୍ରଶାସନ ଚେଇଁ ଉଠିଥିଲା। ବିଭିନ୍ନ ମହଲରୁ ସରକାର ଏବଂ ପ୍ରଶାସନକୁ ସମାଲୋଚନା ହେବାପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ତିନିଟି ପୃଥକ ପୃଥକ ମାମଲା ପୁଲିସ ନିକଟରେ ଦାୟର କରିବା ପରେ ପୁଲିସ ସାକ୍ଷୀ ଏବଂ ଅଭିଯୁକ୍ତଙ୍କ ବୟାନ ଆଧାରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଫୟାଜ ରେହେମାନ୍‍, ଘଟଣାର ସୂତ୍ରଧର ଆଶ୍ରୟଗୃହର ପୂର୍ବତନ ପରିଚାଳକ ତଥା ପ୍ରକଳ୍ପ ନିର୍ଦେଶକ ସୀମାଞ୍ଚଳ ନାଏକ, ସହକାରୀ ନିର୍ଦେଶକ ଉଦିତ୍‍ କୁମାର ଲିମାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ସେମାନଙ୍କଠାରୁ ଅଧିକ ତଥ୍ୟ ପାଇବା ପାଇଁ ପୁଲିସ ରିମାଣ୍ଡ ଆବେଦନ କରିଛି। ଢେଙ୍କାନାଳ ସ୍ୱତନ୍ତ୍‍ ପକ୍‍ସୋ କୋର୍ଟରେ ଫୟାଜଙ୍କୁ ତିନିଦିନିଆ ରିମାଣ୍ଡରେ ଆଣିବା ପାଇଁ ତଦନ୍ତକାରୀ ଡିଏସ୍‍ପି ସୁଭାଷ କୁମାର ସାହୁ ଆବେଦନ କରିଛନ୍ତି। ରିମାଣ୍ଡ ଆବେଦନର ବିଚାର ମଙ୍ଗଳବାରକୁ ଧାର୍ଯ୍ୟ ହୋଇଥିବା ଜଣାପଡିଛି।
ଶାଖା ପରିଚାଳକ ସୀମାଞ୍ଚଳ ନାଏକଙ୍କର ପରିଚାଳନା କର୍ତ୍ତୃପକ୍ଷଙ୍କ ବିବାଦ ପରେ ନୂଆକରି ଯୋଗଦେଇଥିବା ଶାଖା ପରିଚାଳକ ଷ୍ଟିଫେନ୍‍ସନ୍‍ ରାଉଳଙ୍କଠାରୁ ପୁଲିସ ତଥ୍ୟ ହାସଲ ପାଇଁ ଗତ ଦୁଇଦିନ ଧରି ଜେରା ଚଳାଇଛି। ସଂସ୍ଥାକୁ ବିଦେଶରୁ ଆସୁଥିବା ଅନୁଦାନ ସଂପର୍କରେ ପୁଲିସ ତଥ୍ୟ ହାସଲ କରିବା ପରେ ମୁଖ୍ୟଙ୍କୁ ଏବାବଦରେ ଜେରା କରିବା ସହ ଯୌନ କେଳେଙ୍କାରୀ ସଂପର୍କରେ ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ପଚରାଉଚୁରା ପାଇଁ ରିମାଣ୍ଡ ଆବେଦନ କରିଥିବା ଜଣାଯାଇଛି।
ରବିବାର ବଡି ଭୋର୍‍ରୁ ସେଲଟର ହୋମ୍‍ରୁ ସ୍ଥାନାନ୍ତର ହୋଇଥିବା ୮୧ ଜଣ ଛାତ୍ରଛାତ୍ରୀଙ୍କୁ ମହର୍ଷି ଦୟାନନ୍ଦ ସର୍ଭିସ୍‍ ମିଶନ ଦ୍ୱାରା ପରିଚାଳିତ ଶିଶୁଗୃହ ଏବଂ ଓପନ୍‍ ସେଲଟର ହୋମ୍‍ରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ପରୀକ୍ଷା ଥିବାରୁ ସୋମବାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ବେଲଟିକିରିସ୍ଥିତ ସାରଙ୍ଗଧର ଉଚ୍ଚବିଦ୍ୟାଳୟକୁ ନିଆଯାଇଥିଲା। ସେମାନେ ପରୀକ୍ଷା ଦେବାପରେ ପୁନଶ୍ଚ ମହର୍ଷି ଦୟାନନ୍ଦ ସର୍ଭିସ୍‍ ମିଶନ୍‍କୁ ଫେରିଛନ୍ତି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କୌଣସି ବାହାର ଲୋକଙ୍କୁ ସେଠାକୁ ଛଡାଯାଉ ନାହିଁ। କେବଳ ସରକାରୀ ଅଧିକାରୀ, ତଦନ୍ତକାରୀ ଅଧିକାରୀମାନେ ଘନ ଘନ ଗସ୍ତ କରୁଥିବାରୁ ଶିଶୁମାନେ ଭୟଭୀତ ଓ ବ୍ୟତିବ୍ୟସ୍ତ ଅବସ୍ଥାରେ ରହିଛନ୍ତି। ହଠାତ୍‍ ଗୋଟିଏ ଜାଗାରୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଅନେକ ନୂଆ ବ୍ୟବସ୍ଥାରେ ନିଜକୁ ସାମିଲ କରିପାରୁ ନଥିବା ସୂଚନା ମିଳିଛି।
ଅନୁଷ୍ଠାନର ମୁଖ୍ୟ ଜେଲ୍‍ ଯିବା ପରେ ଆଶ୍ରୟଗୃହର କେତେକ ଛାତ୍ରଛାତ୍ରୀ ଦୁଃଖିତ ଥିବା ଏବଂ କେତେକ ଉତ୍ପୀଡନ ଅଭିଯୋଗ ଆଣିଥିବା ଛାତ୍ରୀ ମନସ୍ତାପ କରୁଥିବା ଜନୈକ ବରିଷ୍ଠ ପୁଲିସ୍‍ ଅଧିକାରୀ ପ୍ରକାଶ କରିଛନ୍ତି। ବେଲଟିକିରି ସେଲଟର ହୋମ୍‍ରୁ ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର କରିବା ପରେ ସେଠାକାର ପରିବେଶ ଖାଁ ଖାଁ ଲାଗୁଛି। ଗୋଟିଏ ସେକ୍ସନ ପୁଲିସ ଫୋର୍ସ ସିଲ୍‍ ହୋଇଥିବା ଘରଗୁଡିକୁ ଜଗି ରହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories