www.samajalive.in
Sunday, December 7, 2025
15.1 C
Bhubaneswar

ମାତ୍ର ୧୫,୯୯୯ଟଙ୍କା ମୂଲ୍ୟରେ ‘ପୋକୋ ଏଫ-୧’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଜିଓମୀ ନିଜର ପୋକୋ ଏଫ-୧ ଫୋନକୁ ଭାରତୀୟ ବଜାରକୁ ପ୍ରବେଶ କରିଛି। ପୋକୋ ଏଫ୍‍-୧ ବିଶ୍ୱର ସବୁଠାରୁ ସସ୍ତା କ୍ୱାଲାକମ ସ୍ନାପଡ୍ରାଗନ ୮୪୫ପ୍ରୋସେସର ଥିବା ସ୍ମାର୍ଟଫୋନ। ଏହି ଫୋନ ପ୍ରଥମେ ୨୦,୯୯୯ଟଙ୍କା ମୂଲ୍ୟରେ ବଜାର ପ୍ରବେଶ କରିଥିଲେ। ଏବେ ଏହାର ମୂଲ୍ୟରେ ହ୍ରାସ ଘଟିଛି। ଏହି ଫୋନ ୫୦୦୦ଟଙ୍କା କ଼ମ ମୂଲ୍ୟରେ ଉପଲବ୍ଧ ରହିଛି। ଜିଓମୀର ଏମଡି ମନୁ କୁମାର ଜୈନ ଟ୍ୱିଟ କରି କହିଛନ୍ତି ‘ପୋକୋ ଏଫ-୧’ଫୋନ ଡିସେମ୍ବର ୬ରୁ୮ ତାରିଖ ମଧ୍ୟରେ ଫ୍ଲିପକାର୍ଟ ଏବଂ ଏମଆଇ ଡଟ କମରେ ଉପଲବ୍ଧ ହେବ।
‘ଜିଓମୀ ପୋକୋ ଏଫ-୧’ର ବିଶେଷତ୍ୱ
ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୧୮ଇଞ୍ଚର ଫୁଲ ଏଚ୍‍ଡି ପ୍ଲସ ଡିସପ୍ଲେ ମିଳିବ ଯାହାର ଆସପେକ୍ଟ ରେଶିୟୋ ୧୮.୭:୯ରହିଛି। ଏହାବ୍ୟତୀତ ଫୋନରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧, ସ୍ନାପଡ୍ରାଗନ ୮୪୫ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୬୩୦ଜିପିୟୁ, ୬/୮ଜିବି ରାମ ଏବଂ ୬୪/୧୨୮/୨୫୬ଜିବିର ଷ୍ଟୋରେଜ ମିଳିବ। ଏହାବ୍ୟତୀତ ଫୋନରେ ଲିକ୍ଟିଡ ଫୁଲ କୁଲିଙ୍ଗ ସିଷ୍ଟମ ଏବଂ ଫିଙ୍ଗରପ୍ରିଣ୍ଟ ସସେନସର ଦିଆଯାଇଛି। ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରୁ ଗୋଟିଏ ଲେନ୍ସ ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରାରେ ଏଆଇ ସପୋର୍ଟ ରହିଛି। ରିୟର କ୍ୟାମେରାରେ ୪କେ ଭିଡିଓ ରେକର୍ଡ କରିପାରିବେ। ସେହିଭଳି ଆଗପଟ କ୍ୟାମେରାରେ ପୋଟ୍ରେଟ ମୋଡ, ବ୍ୟୁଟିଫାଇ ମୋଡ ଏବଂ ଅନ୍ୟ ଫିଚର ମିଳିବ। ସଂଯୋଗ ପାଇଁ ଫୋନରେ ଡୁଆଲ ସିମ ସେପୋର୍ଟ, ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ୍‍, ୩.୫ଏମ୍‍ଏମ୍‍ର ହେଡଫୋନ ଜ୍ୟାକ ଏବଂ ୟୁଏସବି ଟାଇପ ସି ମିଳିବ। ଫୋନରେ ୪୦୦୦ଏମ୍‍ଏଚର ବ୍ୟାଟେରୀ ଏବଂ କ୍ୱାଲାକମର କ୍ୱିକ ଚାର୍ଜ ୩.୦ଫାଷ୍ଟ ଚାର୍ଜିଙ୍ଗର ମଧ୍ୟ ସପୋର୍ଟ ମଳିବ। ‘ଜିଓମୀ ପୋକୋ ଏଫ୍‍-୧’ର ୬ଜିବି/୬୪ଜିବି ମଡେଲର ମୂଲ୍ୟ ୨୦,୯୯୯ ଟଙ୍କା ଏବଂ ୬ଜିବି/୧୨୮ଜିବି ମଡେଲର ମୂଲ୍ୟ ୨୩,୯୯୯ଟଙ୍କା ଏବଂ ୮ଜିବି/୨୫୬ଜିବି ମଡେଲର ମୂଲ୍ୟ ୨୮,୯୯୯ଟଙ୍କା ଏବଂ ଆର୍ମଡ ଏଡିସନର ମୂଲ୍ୟ ୨୯,୯୯୯ଟଙ୍କା। ଜିଓ ତରଫରୁ ଫୋନ ସହିତ ୬ଟିବି ଡାଟା ଏବଂ ୮୦୦୦ଟଙ୍କାର ଫାଇଦା ମିଳିବ। ଫୋନ ସହିତ ଗୋଟିଏ କଭର ମଧ୍ୟ ସମ୍ପୂଣ୍ଣ ମାଗଣାରରେ ପାଇପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories