www.samajalive.in
Monday, December 8, 2025
14.1 C
Bhubaneswar

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଶାନ୍ତିଦେବୀ -ସାତ ଦଶନ୍ଧିର ନିରବଚ୍ଛିନ୍ନ ସେବାରେ ପଡିଛି ପୂର୍ଣ୍ଣଚ୍ଛେଦ

ଗୁଣପୁର,   (ସ.ପ୍ର): ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ ା ସାତ ଦଶନ୍ଧିର ସେବା ଜୀବନର ଘଟିଲା ବିରାମ। ପ୍ରଖ୍ୟାତ ସମାଜସେବୀ ତଥା ଗାନ୍ଧିବାଦୀ ପଦ୍ମଶ୍ରୀ ଶାନ୍ତିଦେବୀଙ୍କର ୮୮ ବର୍ଷ ବୟରେ ହୃଦ୍‌ଘାତରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅବିଭକ୍ତ କୋରାପୁଟ ଜିଲାରେ ସମାଜର ଗରିବ, ନିଷ୍ପେସିତ ଅସହାୟ ବର୍ଗଙ୍କ ସେବାରେ ନିଜକୁ ପୂର୍ଣ୍ଣ ସମର୍ପିତ କରିଥିଲେ ଶାନ୍ତିଦେବୀ। ଏଭଳି ଉଲ୍ଲେଖନୀୟ ସମାଜସେବା ପାଇଁ ସମଗ୍ର ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ମହୀୟସୀ ମହିଳାଙ୍କର ଗତକାଲି ରାତିରେ ଜ୍ବର ପୀଡିତ ହେବା ସହିତ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ଚେତାଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ରମେଶ ଚନ୍ଦ୍ର ସାହୁ ସୂଚନା ପାଇ ସେବା ସମାଜ ପରିସରରେ ପହଞ୍ଚି ଶାନ୍ତିଦେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ମାତ୍ର ସେଠାରେ ଶ୍ରୀ ସାହୁ ପଦ୍ମଶ୍ରୀ ଶାନ୍ତିଦେବୀଙ୍କୁ ମୃତ ଘୋଷଣା କରିଥିଲେ।

ଜଣେ ଶ୍ରେଷ୍ଠ ସେବକ, ପରୋପକାରୀ, ସମାଜସେବୀ ଭାବେ ସେ ସାରା ଦେଶରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦେଶ ଓ ରାଜ୍ୟରେ ବହୁ ନେତୃବର୍ଗ ଓ ବୁଦ୍ଧିଜୀବୀ ଗଭୀର ଶୋକପ୍ରକାଶ କରିଛନ୍ତି ା ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ନେତୃବର୍ଗ, ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ। ସେବା କାର‌୍ୟ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଗତ ନଭେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଶାନ୍ତିଦେବୀ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିଲେ। ଜିଲା ପ୍ରଶାସନର ତତ୍ତ୍ୱାବଧ୍ୟାନରେ ସୋମବାର ରାଷ୍ଟ୍ରୀୟ ସମ୍ମାନ ସହ ବଂଶଧାରୀ ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ସେବା ସମାଜର ଅନ୍ତେବାସୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ମା’ଙ୍କୁ ହରାଇ ଅନାଥ ହୋଇପଡିଛି ସେବା ସମାଜ ା
ସୂଚନାଥାଉକି, ଉପକୂଳ ଓଡିଶାରୁ ୧୭ବର୍ଷ ବୟସରେ ଅବିଭକ୍ତ କୋରାପୁଟ ଜିଲା​‌େ​‌ର ପାଦ ଥାପିଥିଲେ ପଦ୍ମଶ୍ରୀ ଶାନ୍ତିଦେବୀ। ସୂଦୂର ବାଲେଶ୍ୱର ଜିଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ଥିଲେ ଶାନ୍ତିଦେବୀ। ୧୯୩୪ ଏପ୍ରିଲ ୧୮ତାରିଖରେ ଜନ୍ମିତ ଶାନ୍ତିଦେବୀ ଯୁକ୍ତ ଦୁଇ କଳାରେ ପଢୁଥିବାବେଳେ ୧୯୫୧ରେ ସମାଜସେବୀ ସ୍ୱର୍ଗତ ରତନ ଦାଶଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସମାଜସେବା, ଭୂଦାନ ଆନ୍ଦୋଳନର କର୍ଣ୍ଣଧାର ସ୍ୱର୍ଗତ ରତନ ଦାଶ ପତ୍ନୀଙ୍କ ସହ ଏକ ଚୁକ୍ତି କରିଥିଲେ। ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ ଜିଲାରେ ଆଦିବାସୀ, ନିରୀହ ଲୋକଙ୍କ ସେବା କରିବାକୁ ତାଙ୍କ ସହ ସେଠାରେ ରହିବାକୁ ପଡିବ ବୋଲି ରହିଥିବା ଚୁକ୍ତିକୁ ଶାନ୍ତିଦେବୀ ହସି ହସି ସ୍ୱୀକାର କରି ନେଇଥିଲେ। ବିବାହର ୪ମାସ ପରେ ଶାନ୍ତିଦେବୀ ନିଜ ସ୍ୱାମୀଙ୍କ ସହ ଏହି ଅଞ୍ଚଳକୁ ଆସି ନିଜ ଜୀବନକୁ ସେବା ପାଇଁ ଉତ୍ସର୍ଗୀକୃତ କରି ଆସୁଥିଲେ। ୧୭ବର୍ଷ ବୟସରେ ବାହା ପରଠାରୁ ନିରବଚ୍ଛିନ୍ନ ୭ଦଶନ୍ଧି ଧରି ବିଶେଷ କରି ନାରୀ ଶିକ୍ଷା, ଭୂଦାନ ଆନ୍ଦୋଳନ, ଅନାଥ ପିଲାଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବା, ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା, ଅବହେଳିତ, ନିି​‌େ​‌ଷ୍ପସିତଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାରକୁ ଗଣତାନ୍ତ୍ରିକ ପଦ୍ଧତିରେ ସ୍ୱର ଉତ୍ତୋଳନ କରି ଲୋକଙ୍କ ହୃଦୟ ଜିଣିପାରିଥିଲେ ଶାନ୍ତିଦେବୀ। ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ ା ରାୟଗଡ଼ା ଜିଲା ଗୋପାଳବାଡ଼ି ଗ୍ରାମରେ ମାଳତି ଦେବୀଙ୍କ ସ୍ଥାପିତ ଆଶ୍ରମରେ ଭୂଦାନ କର୍ମୀଙ୍କୁ ତାଲିମ ପ୍ରଦାନ କରିଥିଲେ ା ଏହି ସମୟରେ ସଙ୍କଳପଦରରେ ଆଜୀବନ କାରାବରଣ ହୋଇଥିବା ୪୦ ଆଦିବାସୀଙ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମୁକ୍ତି ଦିଗରେ ଶାନ୍ତିଦେବୀ ଉଦ୍ୟମ ସଫଳ ରହିଥିଲା।

- Advertisement -

ଅନାଥ ଝିଅ ଓ ଗରିବ ପିଲାଙ୍କୁ ନିଜ ପାଖରେ ରଖି ମା’ ଭଳି ସେବା ଯତ୍ନ ନେଉଥିଲେ ସେ। ଅନାଥ ପିଲାଙ୍କ ପାଇଁ ସେ ରାୟଗଡା, ଗୁଣପୁର, ଲିମାମୋଡା, ପଦ୍ମପୁର ବ୍ଲକର ଜବରଗୁଡା ଗ୍ରାମ ଓ ନୂଆପଡ଼ାରେ ଗଢି ତୋଳିଛନ୍ତି ସେବା ଆଶ୍ରମ। ହଜାର ହଜାର ଗରିବ, ଅସହାୟ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ନିଜେ ଆତ୍ମସନ୍ତୋଷ ଲାଭ କରିଥିଲେ। ତେଣୁ ଆଦିବାସୀ ଅଞ୍ଚଳରେ ଅନାଥ, ବେସାହାରା ପିଲାଙ୍କୁ ଖୋଜି ଆଣି ରଖିବା ସହ ଳାଳନପାଳନ ଦାୟିତ୍ୱ ନେଉଥିଲେ। ଏପରିକି ଅନେକ ଅନାଥ ଝିଅଙ୍କୁ ନିଜେ ମା’ ହୋଇ ବାହା କରାଇଛନ୍ତି ଶାନ୍ତିଦେବୀ। ତାଙ୍କ ସଂସ୍କାରରେ ପାଳିତ ଅନେକ ପିଲା ଆଜି ବିଭିନ୍ନ କର୍ମ ସଂସ୍ଥାନରେ ନିୟୋଜିତ ହୋଇ ବେଶ ପ୍ରତିଷ୍ଠିତ ହୋଇପାରିଛନ୍ତି। ସ୍ୱାମୀ, ସ୍ତ୍ରୀ ଆନ୍ଧ୍ର, ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ସେବା କରିଥିବା ନଜରି ରହିଛି। ଗମନାଗମନ ବିହୀନ ଅବିଭକ୍ତ କୋରାପୁଟ ଜିଲାରେ ପାଦରେ ଶହ ଶହ କିମି ଚାଲି ଅସହାୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ସହ ସାମିଲ ହୋଇପାରିଥିଲେ। ୩ଦଶନ୍ଧି ତଳେ ଚିର ଅବହେଳିତ ଚନ୍ଦ୍ରପୁର ଅଞ୍ଚଳକୁ ସ୍ୱାମୀ ସ୍ୱର୍ଗତ ରତନ ଦାଶ ଓ ଶାନ୍ତି ଦାଶ ମିଳିତ ଭାବେ ଯାଇଥିବାବେଳେ ଶାନ୍ତିଦେବୀଙ୍କୁ ସ୍ବାମୀ ପାଦରୁ ଚପଲ କାଢ଼ିବାକୁ କହି ‘ଯେଉଁ ଦିନ ଯାଏଁ ଅସହାୟ ଆଦିବାସୀ ନିଜ ଗୋଡ଼ରେ ଚପଲ ପରିଧାନ କରିନାହାନ୍ତି ସେତେ ଦିନ ଯାଏଁ ଆମେ ଚପଲ ପିନ୍ଧିବା ଉଚିତ ନୁହେଁ’ ପଣ କରାଇଥିଲେ। ଚପଲ ପରିଧାନ କରି ସେବା କରିପାରିବା ନାହିଁ ବୋଲି ସ୍ୱାମୀ ତାଙ୍କୁ ପରାମର୍ଶ ଦେଇଥିଲେ।

ଶାନ୍ତିଦେବୀଙ୍କ ଦାଦା ସ୍ୱରାଜ ଆନ୍ଦୋଳନରେ ନେତୃତ୍ୱ ନେଉଥିଲେ। ପିଲାଦିନରୁ ତଥା ବାହାଘର ପୂର୍ବରୁ ଦାଦାଙ୍କ ବିଭିନ୍ନ ସ୍ଥାନକୁ ଯାଇ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ପହଞ୍ଚାଇ ପାରୁଥିଲେ। ବ୍ରିଟିଶ ସରକାର କେତେବେଳେ ଦାଦାଙ୍କୁ ଗିରଫ କରିନେବେ ସେ ଆଶଙ୍କାରେ ସବୁବେଳେ ଦାଦାଙ୍କ ସହ ରହିବାକୁ ଶାନ୍ତିଦେବୀ ପସନ୍ଦ କରୁଥିଲେ। ଦାଦାଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ମଧ୍ୟ ସମାଜସେବା କରି ଆସୁଛନ୍ତି। ମଧ୍ୟବର୍ତ୍ତୀ ପରିବାରରେ ଜନ୍ମଗ୍ରହଣ କରିଥିବା ଶାନ୍ତିଦେବୀ ସବୁ ପ୍ରକାର ବିଳାସପୂର୍ଣ୍ଣ ଜୀବନକୁ ତ୍ୟାଗ କରି କେବଳ ସେବା ଦ୍ୱାରା ହିଁ ଶାନ୍ତି ରହିଛି ବୋଲି କହି ଆସୁଥିଲେ। ଏଭଳି ସ୍ବର ଆଜି ନୀରବି ଯାଇଛି ା ୭ଦଶନ୍ଧିର ନିରବଚ୍ଛିନ୍ନ ସେବାରେ ଆଜି ପଡିଛି ପୂର୍ଣ୍ଣଚ୍ଛେଦ।
ଅନ୍ତିମ ସଂସ୍କାର ବେଳେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡ଼ା ଜିଲାପାଳ ସରୋଜ କୁମାର ମିଶ୍ର, ଜିଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, ରାମନାଗୁଡା ତହସିଲଦାର ପ୍ରଭାତି ଝୋଡିଆ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଜୟ କୁମାର ବାରିକ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ରଶ୍ମିରାଣୀ ନିମାକା ପ୍ରମୁଖ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ା ବରିଷ୍ଠ ସାମ୍ବାଦିକ ବାଦଲ ତା, ଅମୂଲ୍ୟରତ୍ନ ସାହୁ, ରାୟଗଡା ପ୍ରେସ କ୍ଲବର ସଭାପତି ଯଜ୍ଞେଶ୍ବର ଦାସ ପ୍ରମୁଖ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories